ETV Bharat / city

ଗ୍ଲୋବାଲ ଟେଣ୍ଡରକୁ ଯିବା ରାଜ୍ୟ ସରକାରଙ୍କ ଅପାରଗତା: ଅପରାଜିତା

author img

By

Published : Jun 2, 2021, 5:41 PM IST

ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡଙ୍ଗୀ । ଏହା ରାଜ୍ୟ ସରକାରଙ୍କ ଅପାରଗତା ବୋଲି କହିଲେ ଅପରାଜିତା । ଅଧିକ ପଢନ୍ତୁ...

MP Aparajita sadangi reaction
ଗ୍ଲୋବାଲ ଟେଣ୍ଡରକୁ ଯିବା ରାଜ୍ୟ ସରକାରଙ୍କ ଅପାରଗତା : ଅପରାଜିତ

ଖୋର୍ଦ୍ଧା: ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡଙ୍ଗୀ । ଏହା ରାଜ୍ୟ ସରକାରଙ୍କ ଅପାରଗତା ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ବୁଧବାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

18ରୁ 44ବର୍ଷ ଜନସାଧାରଣଙ୍କୁ ଟୀକା ପ୍ରଦାନ ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟୀକା କମ୍ପାନୀ ମାନଙ୍କୁ ଆମନ୍ତ୍ରଣ କରିଥିଲେ କିନ୍ତୁ କୌଣସି କମ୍ପାନୀ ଏଥିରେ ଭାଗ ନେଇ ନାହାନ୍ତି । ଖୋର୍ଦ୍ଧାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାଜିତା କହିଛନ୍ତି ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡରକୁ ଯିବା ନିଜ ଅପାରଗତା ଦର୍ଶାଉଛି । କୋଭିଡ ଟୀକାକରଣକୁ ନେଇ କେନ୍ଦ୍ର ସରକାର ସମସ୍ତ ମୂଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ବିକେନ୍ଦ୍ରିକରଣ ପାଇଁ ଗୁରୁତ୍ବ ଦେଇଥିଲେ। ସେତେବେଳେ ଓଡ଼ିଶାର ମୂଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ରାଜି ନହେବାରୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକାକରଣକୁ ନେଇ ସମସ୍ୟା ଉପୁଜିଥିବା ଅପରାଜିତା କହିଛନ୍ତି ।

ସୂଚନାଥାଉକି ରାଜ୍ୟ ସରକାର କୋଭିଡ ଟୀକାକରଣ ନେଇ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ଟେଣ୍ଡର ପ୍ରକ୍ରିୟାରେ କୌଣସି କମ୍ପାନୀ ଆଗ୍ରହ ପ୍ରକାଶ କରିନଥିଲେ । ସେପଟେ କୋରୋନା ଟୀକାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶର ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.