ETV Bharat / city

ଜ୍ୟୋତିଙ୍କ ପରିବାରକୁ ଭେଟିଲେ ଅପରାଜିତା: ନେଲେ ସାନ ଭାଇର ଶିକ୍ଷା ଦାୟିତ୍ୱ - drain death update

ରାଜଧାନୀର ମୁକୁଳା ଡ୍ରେନରେ ପଡି ପ୍ରାଣ ହରାଇଥିବା ଛାତ୍ର ଜ୍ୟୋତିର ପରିବାରକୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ସାନ ଭାଇର ନେଲେ ଶିକ୍ଷାର ଦାୟିତ୍ବ । ଅଧିକ ପଢନ୍ତୁ...

ଜ୍ୟୋତିଙ୍କ ପରିବାରକୁ ଭେଟିଲେ ଅପରାଜିତା; ସାନ ଭାଇର ଶିକ୍ଷାର ଦାଇତ୍ୱ ନେଲେ ଭୁବନେଶ୍ୱର ସାଂସଦ

author img

By

Published : Sep 22, 2021, 11:05 PM IST

ଭୁବନେଶ୍ବର: ମହାନତା ଦେଖାଇଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ମୁକୁଳା ଡ୍ରେନରେ ପଡି ପ୍ରାଣ ହରାଇଥିବା ଜ୍ୟୋତି ପ୍ରକାଶ ବେହେରା (ରାଜା)ଙ୍କ ସାନ ଭାଇର ଶିକ୍ଷାର ଦାୟିତ୍ବ ନେବେ ଭୁବନେଶ୍ବର ସାଂସଦ ।

ଆସନ୍ତାବର୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟରେ ରାଜାଙ୍କ ଭାଇର ପଢିବା ଲାଗି ବ୍ୟବସ୍ଥା କରିବେ ସାଂସଦ । ଏନେଇ ଜ୍ୟୋତି ପରିବାରକୁ ଭେଟି ସାଂସଦ ଅପରାଜିତା ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ତାଙ୍କ ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ଡ୍ରେନର ସୁପରିଚାଳନା ଲାଗି ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଅପରାଜିତା ।

ଜ୍ୟୋତିଙ୍କ ପରିବାରକୁ ଭେଟିଲେ ଅପରାଜିତା

ଗୁଜୁରାଟରୁ ଫେରି ସିଧା ଶତାବ୍ଦୀନଗର ଯାଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ମୁକୁଳା ଡ୍ରେନରେ ପଡି ପ୍ରାଣ ହରାଇଥିବା 10ମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରା(ରାଜା)ଙ୍କ ପରିବାରକୁ ଭେଟିଥିଲେ । ରାଜାର ମା, ବାପା ଓ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା ପରେ ପରିବାରକୁ ଦୁଇଟି ପ୍ରତିଶ୍ରୁତି ଦେଇଥିଲେ ସାସଂଦ।

ସ୍ବର୍ଗତ ଜ୍ୟୋତିଙ୍କ ସାନ ଭାଇର ଶିକ୍ଷାର ଦାଇତ୍ବ ନେବା ସହ ସାଂସଦ କୋଟାରେ ଆସନ୍ତାବର୍ଷ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବା ଲାଗି ବ୍ୟବସ୍ଥା କରିବେ ଅପକାଜିତା । ଯେଉଁଠି ସେ ପ୍ରଥମରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିପାରିବେ । ଏହା ସହ ସହରରେ ଥିବା ଡ୍ରେନେଜ ବ୍ୟବସ୍ଥାର ସୁପରିଚାଳନା ଲାଗି ମଧ୍ୟ ତ୍ବରାନ୍ବିତ ଭାବେ ବ୍ୟବସ୍ଥା କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସରକାର, ପ୍ରଶାସନ ଓ ସ୍ଥାନୀୟ ନେତୃତ୍ବଙ୍କ ସହିତ ଆଲୋଚନା କରି ଏନେଇ ସେ ପଦକ୍ଷେପ ନେବେ, ଯାହା ଜ୍ୟୋତିଙ୍କୁ ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ସାଂସଦ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.