ଭୁବନେଶ୍ବର: ଆଖି ବୁଜିଛନ୍ତି ବିଜେଡି ବରିଷ୍ଠ ନେତା ପ୍ରଦୀପ ମହାରଥୀ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଥିବା ବେଳେ ମହାରଥୀଙ୍କ ମୃତ୍ୟୁକୁ ନେଇ ପୁଣି ଚର୍ଚ୍ଚାରେ ଆସିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । କଥା ଏପରି କି, ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ଆରମ୍ଭ ହୋଇଥିଲା ବିଭିନ୍ନ କଳ୍ପନା ଜଳ୍ପନା । ଏମିତିରେ ତାଙ୍କ ମୃତ୍ୟୁ ହେବା ପୂର୍ବରୁ କିମ୍ବା ଏନେଇ ତାଙ୍କ ପରିବାର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ସ୍ପଷ୍ଟ ହେବା ପୂର୍ବରୁ ଶୋକ ବାର୍ତ୍ତା ଦେଇ ନିଜ ଭେରିଫାଏଡ ଫେସବୁକ ଓ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ ଅନୁଭବ ।
![kendrapada mp anubhav mohanty, pradeep maharathy, anubhav mohanty's post on maharathy's death, pradeep maharathy death, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ପ୍ରଦାପ ମହାରଥୀ, ପ୍ରଦୀପ ମହାରଥୀ ମୃତ୍ୟୁ ଖବର, ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ନେଇ ଅନୁଭବଙ୍କ ପୋଷ୍ଟ](https://etvbharatimages.akamaized.net/etvbharat/prod-images/9042077_1038_9042077_1601780161972.png)
ଏହି ପୋଷ୍ଟରେ ସେ ଲେଖିଥିଲେ କି ପ୍ରଦୀପ ମହାରଥୀଙ୍କ ବିୟୋଗକୁ ସେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଜଣେ ପ୍ରଭାବଶାଳୀ ଓ ମାର୍ଗଦର୍ଶକ ନେତା ଭାବେ ସେ ସବୁବେଳେ ସତ୍ୟ ଉପରେ ବିଶ୍ବାସ ରଖନ୍ତି । ତେବେ ମହାରଥୀଙ୍କ ବିୟୋଗ କଥା ସ୍ପଷ୍ଟ ହେବା ପୂର୍ବରୁ ଅନୁଭବଙ୍କ ଏପରି ପୋଷ୍ଟକୁ ନେଇ ଅନେକ ୟୁଜର୍ସ ଆପତ୍ତି ଜଣାଇବାରୁ ନିଜ ପୋଷ୍ଟକୁ ତୁରନ୍ତ ଆକାଉଣ୍ଟରୁ ହଟାଇବା ସହ କ୍ଷମା ପ୍ରାର୍ଥନା କରିଥିଲେ ଅନୁଭବ । କ୍ଷମା ପ୍ରାର୍ଥନା କରି ସେ କହିଥିଲେ କି ସେ ଏହି ଖବର ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ନାହାନ୍ତି । ତେବେ ପ୍ରଭୁ ଜଗନ୍ନାଥ କରନ୍ତୁ ମହାରଥୀ ଦୀର୍ଘାୟୁ ହୁଅନ୍ତୁ ଓ ମୋ ଶୋକ ବାର୍ତ୍ତା ମିଛ ପ୍ରମାଣିତ ହେଉ ।
![kendrapada mp anubhav mohanty, pradeep maharathy, anubhav mohanty's post on maharathy's death, pradeep maharathy death, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ପ୍ରଦାପ ମହାରଥୀ, ପ୍ରଦୀପ ମହାରଥୀ ମୃତ୍ୟୁ ଖବର, ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ନେଇ ଅନୁଭବଙ୍କ ପୋଷ୍ଟ](https://etvbharatimages.akamaized.net/etvbharat/prod-images/od-bbs-08-anubhabaonmaharathideath-avo-720263_04102020002041_0410f_1601751041_613.jpg)
![kendrapada mp anubhav mohanty, pradeep maharathy, anubhav mohanty's post on maharathy's death, pradeep maharathy death, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ପ୍ରଦାପ ମହାରଥୀ, ପ୍ରଦୀପ ମହାରଥୀ ମୃତ୍ୟୁ ଖବର, ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ନେଇ ଅନୁଭବଙ୍କ ପୋଷ୍ଟ](https://etvbharatimages.akamaized.net/etvbharat/prod-images/od-bbs-08-anubhabaonmaharathideath-avo-720263_04102020002041_0410f_1601751041_242.jpg)
ଅନୁଭବଙ୍କ ଏପରି ବଡ ଘଟଣାରେ ଖାମଖିଆଲି ପୋଷ୍ଟକୁ ନେଇ ଏବେ ପୁଣି ଜୋର ଧରିଛି ଚର୍ଚ୍ଚା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ