ETV Bharat / city

ପୁଣି ଜାଗୃତିଙ୍କ ପ୍ରଶଂସାରେ ଅନୁଭବ, ଇନଷ୍ଟାରେ ପୋଷ୍ଟ କଲେ ଫଟୋ

ପୁଣି ଘନିଷ୍ଠ ବାନ୍ଧବୀ ଜାଗୃତିଙ୍କ ସହ ନଜର ଆସିଲେ ସାଂସଦ ଅନୁଭବ ମହାନ୍ତି । ସେ ତାଙ୍କ ସହ ରାତ୍ରିଭୋଜନ କରୁଥିବା ସମୟରେ ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କରିଛନ୍ତି ପୋଷ୍ଟ । ଅଧିକ ପଢନ୍ତୁ....

ପୁଣି ଜାଗୃତି ଶୁକ୍ଲାଙ୍କ ସହ ନଜର ଆସିଲେ ସାଂସଦ ଅନୁଭବ

author img

By

Published : Oct 9, 2021, 4:10 PM IST

Updated : Oct 9, 2021, 4:19 PM IST

ଭୁବନେଶ୍ବର: ଶୁକ୍ରବାର ଅଭିନେତା ତଥା ସାଂସଦ ଅନୁଭବ ତାଙ୍କ ଇନଷ୍ଟା ପେଜରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି । ଯେଉଁଠି ସେ ନିଜର ଘନିଷ୍ଠ ବାନ୍ଧବୀଙ୍କ ସହ ଭୋଜନ କରୁଥିବା ଦେଖିବାକୁ ମିଳିଛି । ସେ ଏହି କ୍ୟାପସନରେ ଲେଖିଛନ୍ତି, 'ମୋର ବନ୍ଧୁ, ଆପଣଙ୍କ ଭଳି ଏକ ଆତ୍ମନିର୍ଭରଶୀଳ, ସଶକ୍ତ ମହିଳାଙ୍କୁ ଭେଟିବା ସର୍ବଦା ସୁନ୍ଦର ଲାଗେ । ଆଗକୁ ବଢି ଚାଲ ।'

ଅନୁଭବ ଜାଗୃତିଙ୍କ ସହିତ ଡିନର କରୁଥିବା ସମୟର ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହାର କ୍ୟାପସନରେ ଅନୁଭବ ଲେଖିଛନ୍ତି ଯେ, 'ମୋର ବନ୍ଧୁ, ଆପଣଙ୍କ ଭଳି ଏକ ଆତ୍ମନିର୍ଭରଶୀଳ, ସଶକ୍ତ ମହିଳାଙ୍କୁ ଭେଟିବା ସର୍ବଦା ସୁନ୍ଦର ଲାଗେ। ଆଗକୁ ବଢି ଚାଲ।' ଶେଷରେ ସେ ଥମ୍ପସ-ଅପର ଏକ ଇମୋଜି ମଧ୍ୟ ଲଗାଇଛନ୍ତି । ତେବେ ସାଂସଦ ରାଜଧାନୀ ଦିଲ୍ଲୀରେ ଅଧିକ ସମୟ ରହୁଥିବା ବେଳେ ସେ ନିଜର ନିର୍ବାଚନ କ୍ଷେତ୍ର କେନ୍ଦ୍ରାପଡ଼ା ଓ କଟକସ୍ଥିତ ବାସଭବନକୁ ସମୟ ମିଳିଲେ ଆସନ୍ତି ।

ଏହି ଫଟୋରେ ଅନୁଭବ ଦେଶୀ ଷ୍ଟାଇଲରେ ଖାଉଥିବା ବେଳେ ଆଧୁନିକ ଶୈଳୀରେ ଖାଉଛନ୍ତି ଜାଗୃତୀ । ସମାନ ରେସ୍ତୋରାଁରେ ଉଠାଇଥିବା ନିଜର ସିଙ୍ଗଲ ଫଟୋକୁ ଜାଗୃତିଙ୍କ ସହ ଅନୁଭବ ମଧ୍ୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଯାହା ଏବେ ବେଶ ଭାଇରାଲ ହୋଇଛି । ସବୁଠାରୁ ବଡ଼ କଥା ହେଲା ଅନୁଭବ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଭୋଟର ଏବଂ ଫ୍ୟାନ୍ସଙ୍କ ସହ ସର୍ବଦା ଯୋଡ଼ି ହୋଇ ରହିଥାନ୍ତି ।

ସୂଚନା ଥାଉ କି ପୂର୍ବରୁ ଅନୁଭବ ଠିକ ଏହିଭଳି ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଠି ସେ ଏକୁଟିଆ ଖାଣ୍ଟି ଓଡିଆ ଖାଦ୍ୟ (Odia Food) - କଂସାରେ ପଖାଳ, ଶାଗ ଭଜା, ଆଳୁ-ସଜନା ଭଜା, ବାଇଗଣ ପୋଡା ଖାଉଥିଲେ । ଆଉ ଏହାର କ୍ୟାପସନ ଦେଇଥିଲେ 'ଓଡିଆ ଖାଦ୍ୟର ଆତ୍ମା ପଖାଳ' ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Oct 9, 2021, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.