ETV Bharat / city

ପୋଷ୍ୟ ସ୍କୁଲରେ ସାଂସଦ ଅମର ପଟ୍ଟନାୟକ

author img

By

Published : Mar 1, 2021, 9:44 AM IST

ପୋଷ୍ୟ ସ୍କୁଲରେ ପହଞ୍ଚି ଜୁନିୟର ବ୍ୟାଚର ବନ୍ଧୁମିଳନରେ ଯୋଗଦେଲେ ସାଂସଦ ଅମର ପଟ୍ଟନାୟକ । ଅଧିକ ପଢନ୍ତୁ...

ଅମର ପଟ୍ଟନାୟକ
ଅମର ପଟ୍ଟନାୟକ

ଭୁବନେଶ୍ବର: ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ଭୁବନେଶ୍ବର ୟୁନିଟ-4 ସ୍ଥିତ ଭୌମନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ପୂର୍ବତନ ଛାତ୍ରମାନଙ୍କର ଦ୍ବାରା ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କଲେ ଅଂଶଗ୍ରହଣ ।

ଅମର ପଟ୍ଟନାୟକ
ଅମର ପଟ୍ଟନାୟକ

ଦୀର୍ଘ ବର୍ଷ ପରେ ସ୍କୁଲରେ ପଢ଼ୁଥିବା ତାଙ୍କ ଜୁନିୟରଙ୍କ ଭେଟିଛନ୍ତି ଅମର । ଏନେଇ ସୋସିଆଲ ମିଡିଆରେ ନିଜର ଇମୋସନ ସେୟାର କରିଛନ୍ତି ସାଂସଦ । ଅମର ଲେଖିଛନ୍ତି କି, ‘ଅନେକ ଜୁନିୟର ପିଲାମାନଙ୍କ ସହ ଦେଖାହେଲା । ସେମାନଙ୍କ ସହ କଥାବାର୍ତ୍ତା କରିବା ପରେ ବହୁତ ଖୁସି ଅନୁଭବ କଲି ।’

ସେହିପରି ଯେଉଁମାନଙ୍କୁ ମୁଁ 1976 ମସିହା ପରେ ଅର୍ଥାତ 45 ବର୍ଷ ପରେ ଆଜି ପ୍ରଥମ ଥର ପାଇଁ ଭେଟିଥିଲି । ଏହା ସ୍ପଷ୍ଟ ତ ଥିଲା ଯେ ଆମେ ପ୍ରାୟ ସମସ୍ତେ ଅପରିଚିତ ବ୍ୟକ୍ତି ଭାବେ ଭେଟିଲୁ । କିନ୍ତୁ ବହୁତ ଶୀଘ୍ର ଅତୀତକୁ ମନେପକେଇବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି ।

ଏଥି ସହ ବିଦ୍ୟାଳୟର ଉନ୍ନତି ପାଇଁ କରିଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଛନ୍ତି ସାଂସଦ । ସ୍କୁଲର ଉନ୍ନତିକରଣ ନେଇ ଆଲୋଚନା ସମୟରେ ଆମ ମାନଙ୍କ ମନରେ ଏକ ବିରଳ ବନ୍ଧୁତା ସୃଷ୍ଟି ହୋଇଛି । ଏହା ଦ୍ବାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ମୋ ସ୍କୁଲ ପଦକ୍ଷେପ ବାବଦରେ ବିଷଦ ଭାବେ ଆଲୋଚନା ହୋଇଥିବା ସେ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.