ETV Bharat / city

ଅମିତଙ୍କ ପାଠପଢା ଖର୍ଚ୍ଚ ତୁଲାଇବେ ଅଚ୍ୟୁତ - ଉତ୍କଳ ବିଶ୍ବ ବିଦ୍ୟାଳୟର ଅସହାୟ ଛାତ୍ର

ଉତ୍କଳ ବିଶ୍ବବିଦ୍ୟାଳୟରେ ଜଳଖିଆ ଦୋକାନ କରି ପାଠପଢା ଖର୍ଚ୍ଚ ମେଣ୍ଟାଉଥିବା ଛାତ୍ରଙ୍କୁ ସାହାଯ୍ୟ କଲେ ସାଂସଦ ଅଚ୍ୟୁତ ସାମନ୍ତ । ଅଧିକ ପଢନ୍ତୁ....

ଅସହାୟ ଛାତ୍ରକୁ ସାହାର୍ଯ୍ୟର ହାତ ବଢାଇଲେ ସାଂସଦ ଅଚ୍ୟୁତ

author img

By

Published : Apr 18, 2021, 6:53 PM IST

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ମଧୁସୂଦନ ଛାତ୍ରାବାସ ସମ୍ମୁଖରେ ଜଳଖିଆ ଦୋକାନ କରିଥିବା ଅମିତ ପୃଷ୍ଟିଙ୍କୁ ସହାୟତାର ହାତ ବଢ଼ାଇଲେ କନ୍ଧମାଳ ସାଂସଦ ତଥା କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଅମିତଙ୍କ ବାପାଙ୍କ କିଛିଦିନ ତଳେ ଦେହାନ୍ତ ହୋଇଥିବାରୁ ପାଠପଢିବା ପାଇଁ ବାଧ୍ୟହୋଇ କଲେଜ ମଧ୍ୟରେ ଜଳଖିଆ ଦୋକାନ କରିଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି, ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ସଦସ୍ୟ ତଥା ବିଜୁ ଛାତ୍ର ଜନତା ଦଳର ଯୁଗ୍ମ ସମ୍ପାଦକ ତନ୍ମୟ ସ୍ୱାଇଁ ଏନେଇ ଅଚ୍ୟୁତ ସାମନ୍ତଙ୍କୁ ଜଣାଇ ଥିଲେ । ସୂଚନା ପାଇ ସାଂସଦ ଆଜି(ରବିବାର) ଅମିତକୁ ଭେଟି 2 ହଜାର ଟଙ୍କା ପ୍ରଦାନ କରିବା ସହ ପ୍ରତି ମାସ ତାଙ୍କର ପଢିବା ଓ ରହିବା ପାଇଁ 2000 ହଜାର ଟଙ୍କା ଦିଆଯିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.