ETV Bharat / city

ସଫଳ କିଡ଼ନୀ ପ୍ରତ୍ୟାରୋପଣ, ଅସୁସ୍ଥ ଝିଅକୁ କିଡ଼ନୀ ଦେଇ ପୁନର୍ଜନ୍ମ ଦେଲା ମା’ - ଅସୁସ୍ଥ ଝିଅକୁ କିଡ଼ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ମା

ସମ ଅଲଟିମେଟ ମେଡ଼ିକେୟାରରେ ସଫଳ କିଡ଼ନୀ ପ୍ରତ୍ୟାରୋପଣ । ଲାପ୍ରୋସ୍କୋପିକ ପଦ୍ଧତିରେ ଡୋନୋରଙ୍କଠୁ କଢ଼ାଗଲା କିଡ଼ନୀ । ଅସୁସ୍ଥ ଝିଅକୁ କିଡ଼ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ମା । ଅଧିକ ପଢନ୍ତୁ

ସଫଳ କିଡ଼ନୀ ପ୍ରତ୍ୟାରୋପଣ, ଅସୁସ୍ଥ ଝିଅକୁ କିଡ଼ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ମା

author img

By

Published : Apr 10, 2022, 9:18 AM IST

ଭୁବନେଶ୍ବର: ଅସୁସ୍ଥ ଝିଅକୁ କିଡ଼ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ମା । ସମ ଅଲଟିମେଟ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଇପାରିଛନ୍ତି ଜଣେ ଯୁବତୀ । ସମ୍ପୃକ୍ତ ଯୁବତୀ ଜଣକଙ୍କର ଦୁଇଟି କିଡ଼ନୀ ସମ୍ପୂର୍ଣ ଭାବେ ଅକାମି ହୋଇପଡ଼ିଥିବା ବେଳେ ଚିକିତ୍ସା ନିମନ୍ତେ ଗତବର୍ଷ ନଭେମ୍ବର ମାସରେ ସେ ସମ ଅଲଟିମେଟ ମେଡ଼ିକେଆରରେ ଭର୍ତ୍ତି ହୋଇଥିଲେ । ସମ୍ମମରେ ନେଫ୍ରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ତାପସ ରଞ୍ଜନ ବେହେରାଙ୍କ ଅଧୀନରେ ଚିକିତ୍ସା ଆରମ୍ଭ ହେବାପରେ ସ୍ବାସ୍ଥ୍ୟ ଅବସ୍ଥାକୁ ଦେଖି ତାଙ୍କର ସପ୍ତାହକୁ ଦୁଇ ଥର ଡାଏଲିସିସ ଆରମ୍ଭ କରାଯାଇଥିଲା । ତେବେ ପରବର୍ତ୍ତି ପର୍ଯ୍ୟାୟରେ କିଡ଼ନୀ ପ୍ରତ୍ୟାରୋପଣର ନିଷ୍ପତ୍ତି ନିଆଯାଇଥିଲା ବୋଲି ଡାକ୍ତର ବେହେରା ସୂଚନା ଦେଇଛନ୍ତି ।

ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ କିଡ଼ନୀ ଦେବା ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ ସମ୍ପୃକ୍ତ ଯୁବତୀଙ୍କ ମା । କିଡ଼ନୀ ପ୍ରତ୍ୟାରୋପଣର ସମସ୍ତ ପ୍ରସ୍ତୁତି ପରେ ଯୁବତୀଙ୍କ ମାଙ୍କ ଶରୀରରୁ ଲାପ୍ରୋସ୍କୋପିକ ପଦ୍ଧତିରେ କିଡ଼ନୀ କଢ଼ାଯାଇ ଯୁବତୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ପ୍ରତ୍ୟାରୋପଣ ପଦ୍ଧତି ପରିଚାଳନା କରିଥିଲେ ୟୁରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ପ୍ରିୟବ୍ରତ ଦାସ ।

ଏହି ବିରଳ ଲାପ୍ରୋସ୍କୋପିକ ପଦ୍ଧତି ଦ୍ବାରା ଡୋନରଙ୍କୁ ବିଶେଷ ଭାବେ କଷ୍ଟ ହୁଏ ନାହିଁ । ଶରୀରରେ କୌଣସି ଦାଗ ରହେ ନାହିଁ ଓ ସେ ଦୁଇ ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଥିଲେ ବୋଲି ଡାକ୍ତର ଦାସ କହିଛନ୍ତି । ତେବେ ଯୁବତୀଙ୍କ ଶରୀରରେ ସାଧାରଣ ଭାବେ ଅସ୍ତ୍ରୋପଚାର ମାଧ୍ୟମରେ କିଡ଼ନୀ ପ୍ରତ୍ୟାରୋପଣ କରାଯାଇଛି । ଡୋନରଙ୍କ ଠାରୁ କିଡ଼ନୀ ଅଣାଯିବା ଓ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପ୍ରକ୍ରିୟା 4ରୁ 5 ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇଥିବା ସେ ସୂଚନା ଦେଇଛନ୍ତି । ଯୁବତୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଶୁକ୍ରବାର ଡିସ୍ଚାର୍ଜ ହୋଇଛନ୍ତି ।

ଏହି ପ୍ରକ୍ରିୟା ଏକ ଟିମ ପ୍ରଚେଷ୍ଟା ଫଳରେ ସମ୍ଭବ ହୋଇପାରିଛି । ଏହା ନେଫ୍ରୋଲୋଜି, ୟୁରୋଲୋଜି, ଅନେସଥେସିଆ ଟିମ, ଓଟି ଷ୍ଟାଫ ଓ ଟ୍ରାନ୍ସପ୍ଲାଣ୍ଟ କୋଅର୍ଡିନେଟରଙ୍କ ସହଯୋଗ ଦ୍ବାରା ସମ୍ଭବ ହୋଇପାରିଛି ବୋଲି ଉଭୟ ଡାକ୍ତର କହିଛନ୍ତି । ଝିଅ ସୁସ୍ଥ ହେବା ପରେ ସମ୍ମମ ଓ ଦୁଇ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ଯୁବତୀଙ୍କ ମା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.