ETV Bharat / city

ମହିଳା ବେଶରେ ଆସି ମା-ଝିଅଙ୍କୁ ଛୁରାମାଡ, ପ୍ରେମ ବ୍ୟାପାର ସନ୍ଦେହ

author img

By

Published : Nov 1, 2021, 2:11 PM IST

Updated : Nov 1, 2021, 4:39 PM IST

ରାଜଧାନୀରେ ଭିନ୍ନ ଧରଣର ଆତଙ୍କରାଜ। ଲେଡିଜ ଡ୍ରେସରେ ଘରେ ପଶିଲେ ପଡୋଶୀ। ମା ଓ ଝିଅଙ୍କୁ ଛୁରାମାଡ। ଏଭଳି ଘଟଣା ଘଟିଛି ଭୁବନେଶ୍ବର ଶୈଳଶ୍ରୀବିହାରରେ । ଅଧିକ ପଢନ୍ତୁ...

ଲେଡିଜ ଡ୍ରେସରେ ଘରେ ପଶିଲେ ଦୁର୍ବୃତ୍ତ, ମା ଓ ଝିଅଙ୍କୁ ଛୁରିରେ ଆକ୍ରମଣ

ଭୁବନେଶ୍ବର: ଲେଡିଜ ଡ୍ରେସରେ ଘରେ ପଶିଲେ ପଡୋଶୀ ଯୁବକ । ଶୈଳଶ୍ରୀ ବିହାରରେ ମା’ ଓ ଝିଅଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି ଜଣେ ଲେଡିସ ଡ୍ରେସ ପିନ୍ଧା ଯୁବକ। ସମ୍ପୃକ୍ତ ଯୁବକ ରୁପେଶ ପଣ୍ଡା ବିବାହିତ । ତେବେ ସେ କାହିଁକି ଏପରି ଲେଡିଜ ଡ୍ରେସରେ ପଶିଲେ ତା’ର କାରଣ ଜଣାପଡ଼ି ନାହିଁ। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସେ ମୁହଁରେ ହେଲମେଟ ଲଗାଇ ଲେଡିଜ ଡ୍ରେସରେ ପଶିଥିଲେ। ପରେ ମା ଓ ଝିଅଙ୍କୁ ଆକ୍ରମଣ କରିଥିଲେ।

ମହିଳା ବେଶରେ ଆସି ମା-ଝିଅଙ୍କୁ ଛୁରାମାଡ, ପ୍ରେମ ବ୍ୟାପାର ସନ୍ଦେହ

ଯାହାକୁ ନେଇ ସେହି ଦୁର୍ବୃତ୍ତ ସହିତ ମା’ ଝିଅର ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ରଶିରେ ମା’ ଝିଅ ସମ୍ପୃକ୍ତ ଯୁବକକୁ ବାନ୍ଧିବା ପାଇଁ ଚେଷ୍ଟା କରିଥିଲେ। ଏକ ରଶି ପାଖରେ ପଡିଥିବା ବେଳେ ମାରଣାସ୍ତ୍ର ମଧ୍ୟ ପଡ଼ିଛି । ଘର ଫ୍ଲୋର ସମେତ ଘର ବାହାର ଚଟାଣ ରକ୍ତମୟ ହୋଇଛି। ଫଳରେ ଉଭୟ ମା’ ଝିଅ ସହ ଲେଡିଜ ଡ୍ରେସରେ ଆସିଥିବା ରୁପେଶ ପଣ୍ଡା ମଧ୍ୟ ଗୁରୁତର ହୋଇଥିଲେ। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ରୁପେଶର ମା’ ଶାନ୍ତିଲତା ପଣ୍ଡା କହିଛନ୍ତି, ସ୍ଥାନୀୟ ଲୋକଙ୍କଠୁ ଜାଣିବାକୁ ପାଇଲେ ପୁଅର କାରନାମା ବିଷୟରେ। ପୁଅକୁ ଶାନ୍ତିଲତା ପଚାରିବାରୁ ପୁଅ କହିଲା ଯେ, ତାକୁ ତିନି ଜଣ ଯୁବକ ଭୟଭୀତ କରାଇ ଲେଡିଜ ଡ୍ରେସ ପିନ୍ଧାଇ ତାଙ୍କ ଘରେ ପଶିବାକୁ କହିଥିଲେ। ଏନେଇ ଏସିପି ପ୍ରକାଶ ପାଲ କହିଛନ୍ତି, ‘‘ଆମେ ଲେଡିଜ ଡ୍ରେସରେ ଯୁବକକୁ ଉଦ୍ଧାର କରିଛୁ ଓ ମା’ ଝିଅଙ୍କୁ ମଧ୍ୟ ଡାକ୍ତରଖାନା ପଠାଇଛୁ। ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି। ସାଇଣ୍ଟଫିକ ଟିମ୍ ପହଞ୍ଚି ରକ୍ତ ନମୁନା‌ ସହ ରଶି, ଟୟ ଗନ, ଛୁରୀ ଜବତ କରିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 1, 2021, 4:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.