ETV Bharat / city

କୁଖ୍ୟାତ ଚୋର ନଣ୍ଡା-ନାଲୁ ଗିରଫ, 30ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ

ଗହଣା ଦୋକାନ ଧରା ପକାଇଦେଲା ଚୋର । ରାଜଧାନୀର କୁଖ୍ୟାତ ଚୋର ନଣ୍ଡା ଓ ନାଲୁକୁ ଗିରଫ କଲା କମିଶନରେଟ ପୋଲିସ ।

କୁଖ୍ୟାତ ଚୋର ନଣ୍ଡା-ନାଲୁ ଗିରଫ, 30ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ
author img

By

Published : Nov 25, 2019, 4:58 PM IST

ଭୁବନେଶ୍ବର: ଗହଣା ଦୋକାନ ଧରା ପକାଇଦେଲା ଚୋର । ରାଜଧାନୀର କୁଖ୍ୟାତ ଚୋର ନଣ୍ଡା ଓ ନାଲୁକୁ ଗିରଫ କଲା କମିଶନରେଟ ପୋଲିସ । ଦୁଇ ଚୋରକୁ ଗିରଫ କରିବା ସହ ଟଙ୍କପାଣି ରୋଡର ଗହଣା ଦୋକାନୀକୁ ମଧ୍ୟ ଗିରଫ କରିଛି ପୋଲିସ ।

କୁଖ୍ୟାତ ଚୋର ନଣ୍ଡା-ନାଲୁ ଗିରଫ, 30ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ

ରାଜଧାନୀରେ ଘରି ପଶି, ଝରକା ବା ଗ୍ରିଲ ତାଡି କଳାକନା ବୁଲାଉଥିବା କୁଖ୍ୟାତ ଚୋର ଏବେ କମିସନରେଟ ପୋଲିସ ପଞ୍ଝାରେ । ନିରଞ୍ଜନ ସ୍ବାଇଁ ଓରଫ ନଣ୍ଡା ଓ ନାଲୁ ସ୍ବାଇଁ ଓରଫ ନାଲୁକୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ । ସେମାନଙ୍କ ଠାରୁ 70 ଗ୍ରାମର ସୁନା ସହ 150 ଗ୍ରାମର ରୂପା ଅଳଙ୍କାର, ବାଇକ ଓ ସ୍କୁଟି ଜବତ କରିଛି ପୋଲିସ । ଗିରଫ ପରେ ସେମାନଙ୍କ ନାଁରେ 60ଟି ମାମଲା ଥିବା ଜଣାପଡିଛି ।

ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଗ୍ରିଲ ବା ଝରକା ନଚେତ ଭୋର ସମୟରେ ଘରେ ପଶି ଚୋରି କରୁଥିଲେ ଏମାନେ । ଚୋରି କରୁଥିବା ଅଳଙ୍କାର ନେଇ ଟଙ୍କପାଣିର ଏକ ସୁନା ଦୋକାନରେ ବିକ୍ରି କରୁଥିଲେ । ତେବେ ସେହି ଗହଣା ଦୋକାନରୁ ଜଣେ ଗ୍ରାହକ ସୁନା କିଣିବା ପରେ ନିଜ ସମ୍ପର୍କୀୟଙ୍କ କାନଫୁଲର ଚୋରି ସାମଗ୍ରୀ ବିଷୟରେ ଜାଣିପାରିଥିଲେ । ଏନେଇ ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗକୁ ଆଧାର କରି ସ୍ପେଶାଲ ସ୍କ୍ବାର୍ଡ ସହାୟତାରେ ନଣ୍ଡା ଓ ନାଲୁକୁ ଗିରଫ କରିଛି କମିସନରେଟ ପୋଲିସ ।

ଦୁହିଁଙ୍କ ଘର ଅସ୍ତରଙ୍ଗ ଅଞ୍ଚଳରେ ହୋଇଥିବାବେଳେ ଉଭୟ 10 ବର୍ଷ ପୂର୍ବେ ମଧ୍ୟ ରାଜଧାନୀରେ ଚୋରି କରି ବେଶ ଚର୍ଚ୍ଚାରେ ରହିଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:କୁଖ୍ଯାତ ଚୋର ନଣ୍ଡା ନାଲୁ ଗିରଫ,
୩୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତBody:

ଗହଣା ଦୋକାନ ଧରା ପକାଇଦେଲା ଚୋର। ଚୋରି ଗହଣା ବିକୁଥିବା ଗହଣା ଦୋକାନି ଧରାଇଲେ ନଣ୍ଡା ନାଲୁକୁ।ଅର୍ଥାତ ରାଜଧାନୀରେ ଘରି ପସି, ଝରକା ବା ଗ୍ରିଲ ତାଡି କଳାକନା ବୁଲାଉଥିବା କୁଖ୍ଯାତ ଚୋର ଏବେ କମିସନରେଟ ପୋଲିସ ପଞ୍ଝାରେ।ନିରଂଜନ ସ୍ବାଇଁ ଓରଫ ନଣ୍ଡା ଓ ନାଲୁ ସ୍ବାଇଁ ଓରଫ ନାଲୁକୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ।ସେମାନଙ୍କ ଠାରୁ ୭୦ ଗ୍ରାମର ସୁନା ସହ ୧୫୦ ଗ୍ରାମର ରୁପା ଅଳଙ୍କାର।ହଣ୍ଡା ହର୍ନେଟ ବାଇକ ଓ ସ୍କୁଟି ଜବତ କରିଛି ପୋଲିସ।ତେବେ ଗିରଫ ପରେ ସେମାନଙ୍କ ର ନାରେ ଥିବା ମାମଲାର ତାଲିକା ଖୋଲିଛି ଯାବା ୬୦ରେ ପହଂଚିଛି ।ରାଜଧାନୀର ବିଭିନ୍ନ ଥାନା ଅଂଚଳରେ ଗ୍ରିଲ ବା ଝରକା ନଚେତ ଭୋର ସମୟରେ ପଷି ଚୋରି କରୁଥିଲେ।ତେବେ ଚୋରି କରୁଥିବା ଅଳଙ୍କାର ନେଇ ଟଙ୍କପାଣିର ଏକ ସୁନା ଦୋକାନରେ ବିକ୍ରି କରୁଥିଲା ।ତେବେ ସେହି ଗହଣା ଦୋକାନରୁ ଜଣେ ଗ୍ରାହାକ ସୁନା କିଣିବା ପରେ ନିଜ ସମ୍ପର୍କିୟଙ୍କ କାନଫୁଲର ଚୋରି ସାମଗ୍ରି ବିଷୟରେ ଜାଣିପାରିଥିଲେ। ଏନେଇ ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗକୁ ଆଧାର କରି ସ୍ପେଶାଲ ସ୍କ୍ବାର୍ଡ ସହାୟତାରେ ନଣ୍ଡା ନାଲୁକୁ ଗିରଫ କରିଛି କମିସନରେଟ ପୋଲିସ।ଏବଂ ତାଙ୍କ ଘର ଅସ୍ତରଙ୍ଗ ଅଂଚଳରେ ବୋଲି ଜଣାପଡିଛି ।ତେବେ ଉଭୟ ୧୦ ବର୍ଷ ପୁର୍ବେ ବେସ ରାଜଧାନୀରେ ଚୋରି କରି ବେସ ଚର୍ଚାରେ ଥିଲେ।ଯାହାଙ୍କ ନା ଏବେବି ଚର୍ଚାରେ ।ତେବେ ଏହି ମାମଲାରେ ଟଙ୍କପାଣି ରୋଡରେ ଏକ ଗହଣା ଦୋକାନରେ ବିକ୍ରି ହେଉଥିବା ଗହଣା ଦୋକାନିକୁ ଗିରଫ କରିଛି ପୋଲିସ।
Conclusion:ବାଇଟ-ଅନୁପ ସାହୁ,ଭୁବନେଶ୍ବର ଡିସିପି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.