ETV Bharat / city

ବର୍ତ୍ତମାନ ଟୀକାକରଣରେ ଦ୍ବିତୀୟ ଡୋଜକୁ ଗୁରୁତ୍ବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ - ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର

ବର୍ତ୍ତମାନ ଟୀକାକରଣରେ ଦ୍ବିତୀୟ ଡୋଜକୁ ଗୁରୁତ୍ବ । ରାଜ୍ୟରେ ଟୀକା ଅଭାବ ରହିଥିବା ବେଳେ ବର୍ତ୍ତମାନ ସମୟରେ ଟୀକାକାରଣରେ ଦ୍ବିତୀୟ ଡୋଜକୁ ଗୁରୁତ୍ବ ଦିଆଯାଉଛି। ଅଧିକ ପଢନ୍ତୁ...

most important for second dose of vaccination says health director
ବର୍ତ୍ତମାନ ଟୀକାକରଣରେ ଦ୍ବିତୀୟ ଡୋଜକୁ ଗୁରୁତ୍ବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
author img

By

Published : Jun 7, 2021, 12:59 PM IST

ଭୁବନେଶ୍ବର: ବର୍ତ୍ତମାନ ଟୀକାକରଣରେ ଦ୍ବିତୀୟ ଡୋଜକୁ ଗୁରୁତ୍ବ । ରାଜ୍ୟରେ ଟୀକା ଅଭାବ ରହିଥିବା ବେଳେ ବର୍ତ୍ତମାନ ସମୟରେ ଟିକାକାରଣରେ ଦ୍ବିତୀୟ ଡୋଜକୁ ଗୁରୁତ୍ବ ଦିଆଯାଉଛି। ଆଇସିୟୁରେ 60 ପ୍ରତିଶତ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର ।

ବର୍ତ୍ତମାନ ଟୀକାକରଣରେ ଦ୍ବିତୀୟ ଡୋଜକୁ ଗୁରୁତ୍ବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ସଂକ୍ରମଣ କମୁଛି । ଆଶା କରୁଛୁ ଆଗାମୀ ସପ୍ତାହ କିମ୍ବା ଦଶ ଦିନ ଭିତରେ ଆହୁରି କମିଯିବ ବୋଲି ଏହି ଟ୍ରେଣ୍ଡ ଦର୍ଶାଉଛି । ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ଅଛି । ବର୍ତ୍ତମାନ ଟୀକାକରଣରେ ଦ୍ଵିତୀୟ ଡୋଜକୁ ଗୁରୁତ୍ବ ଦିଆଯାଉଛି । ୧୮ ରୁ ୪୪ ବର୍ଷର ଯେଉଁମାନେ ପ୍ରଥମ ଡୋଜ ନେଇ ଦ୍ଵିତୀୟ ଡୋଜ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ୨୨ଟି ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଯେତେ ଟିକା ରାଜ୍ୟକୁ ମିଳିବ ସେହି ଅନୁସାରେ ପ୍ଲାନ କରାଯାଉଛି । କୋଭିଡ ମେଡ଼ିସିନ ପାଇଁ ଜାତୀୟ ଟାସ୍କ ଫୋର୍ସ ଯାହା ଅନୁମୋଦନ କରୁଛନ୍ତି ଆମେ ମଧ୍ୟ ତାହା ବ୍ୟବହାର କରୁଛୁ । ତେଣୁ ଯଦି ଅକ୍ସିଜେନ, ପାରାସିଟାମଲ ଓ ଷ୍ଟେରଏଡ଼ ଉପରେ ଗୁରୁତ୍ବ ଦିଆଯାଉଛି ଆମେ ମଧ୍ୟ ତର୍ଜମା କରି ସେହି ଔଷଧ ବ୍ୟବହାର କରିବୁ ।

ସୂଚନାଥାଉକି ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୫୩ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୬୬୫ ଟି ଲୋକାଲ କେସ ରହିଛି । ସେପଟେ ଆଜି ରାଜ୍ୟରେ 41 ଜଣଙ୍କ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.