ETV Bharat / city

ଭୁବନେଶ୍ବରରେ ପହଁଞ୍ଚିଲା ସଂଗ୍ରାମଙ୍କ ମର ଶରୀର

ଭୁବନେଶ୍ବରରେ ସଂଗ୍ରାମଙ୍କ ପ୍ରାର୍ଥୀବ ଶରୀର ପହଁଞ୍ଚିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ସୁର ରାଉତରାୟ, ପ୍ରଦୀପ ମାଝିଙ୍କ ସମେତ ଅନେକ ବଡ ନେତା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Aug 19, 2021, 10:56 PM IST

ଭୁବନେଶ୍ବରରେ ପହଁଞ୍ଚିଲା ସଂଗ୍ରାମଙ୍କ ମର ଶରୀର
ଭୁବନେଶ୍ବରରେ ପହଁଞ୍ଚିଲା ସଂଗ୍ରାମଙ୍କ ମର ଶରୀର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପହଁଞ୍ଚିଲା ପୂର୍ବତନ ଓଡିଶା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ମରଶରୀର । ଭୁବନେଶ୍ବରରେ ସଂଗ୍ରାମଙ୍କ ପ୍ରାର୍ଥୀବ ଶରୀର ପହଁଞ୍ଚିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ସୁର ରାଉତରାୟ, ପ୍ରଦୀପ ମାଝିଙ୍କ ସମେତ ଅନେକ ବଡ ନେତା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଭୁବନେଶ୍ୱର ବିମାନ ବନ୍ଦରରେ ସଂଗ୍ରାମ ଜେନାଙ୍କ ମର ଶରୀର ପହଁଞ୍ଚିବା ପରେ ସେଠାରୁ ତାଙ୍କୁ କଂଗ୍ରେସ ଭବନ ନିଆଯାଇଥିଲା । ସେଠାରେ ଉପସ୍ଥିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ପିସିସିର ନେତୃ ମଣ୍ଡଳୀ ,ନେତା ,ବିଧାୟକ ,କର୍ମୀ ତାଙ୍କ ମର ଶରୀରର ଶେଷ ଦର୍ଶନ କରିଥିଲେ । କଂଗ୍ରେସ ଭବନରେ କିଛି ସମୟ ପାଇଁ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ନିଜର ପ୍ରିୟ ଯୁବ ନେତାକୁ ହରେଇ ମ୍ରିୟମାଣ ଅବସ୍ଥାରେ ଯୁବ କଂଗ୍ରେସର ନେତା କର୍ମୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା ।

ପରେ ସଂଗ୍ରାମ ଜେନାଙ୍କ ମରଶରୀର ତାଙ୍କ ସୂର୍ଯ୍ୟ ନଗର ସ୍ଥିତ ବାସଭବନକୁ ନିଆଯାଇଛି । ଶୁକ୍ରବାର ସକାଳେ ତାଙ୍କ ମରଶରୀର ନିଜ ଜନ୍ମ ସ୍ଥାନ ଆନନ୍ଦପୁରକୁ ନିଆଯିବ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.