ETV Bharat / city

ଖୋଲିଛି ପାର୍କ, ବଦଳିଛି ଟାଇମିଂ: ଅସନ୍ତୋଷ ରାଜଧାନୀବାସୀ - ଲକ ଡାଉନ

କୋରୋନା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ଲକ ଡାଉନ ୧ । ସେବେ ଠାରୁ ହିଁ ଲକ ଡାଉନ ୪ ପର୍ଯ୍ୟନ୍ତ ବନ୍ଦ ରହିଥିଲା ସମସ୍ତ ପାର୍କ । ସରକାରଙ୍କ ସଂଶୋଧିତ ଅନଲକରେ ସ୍ଥିତି ସମ୍ଭବତଃ ସ୍ବାଭାବିକ ହେବାରୁ ଏବେ ଖୋଲୁଛି ପାର୍କ । ଅଧିକ ପଢନ୍ତୁ..

morning-walkers-in-prob-due-to-lock-down

author img

By

Published : Jun 8, 2020, 10:26 PM IST

Updated : Jun 8, 2020, 10:47 PM IST

ଭୁବନେଶ୍ବର: ଦୀର୍ଘ ଅଢେଇ ମାସେ ଧରି ବନ୍ଦ ରହିଥିଲା ରାଜଧାନୀର ବିଭିନ୍ନ ପାର୍କ। କୋରୋନା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ଲକ ଡାଉନ ୧ । ସେବେ ଠାରୁ ହିଁ ଲକ ଡାଉନ ୪ ପର୍ଯ୍ୟନ୍ତ ବନ୍ଦ ରହିଥିଲା ସମସ୍ତ ପାର୍କ । ସରକାରଙ୍କ ସଂଶୋଧିତ ଅନଲକରେ ସ୍ଥିତି ସମ୍ଭବତଃ ସ୍ବାଭାବିକ ହେବାରୁ ଏବେ ଖୋଲୁଛି ପାର୍କ । ପର୍ଯ୍ୟାୟ କ୍ରମେ ଏବେ ପାର୍କ ଖୋଲିଛନ୍ତି ବିଡିଏ କର୍ତ୍ତୃପକ୍ଷ। କିନ୍ତୁ ବହୁ ଲମ୍ବା ସମୟ ପରେ ପାର୍କ ଖୋଳୁଥିବାରୁ ପାର୍କକୁ ଆସୁଥିବା ଲୋକଙ୍କ ସଂଖ୍ୟା କମିଛି । ସେପଟେ ପାର୍କିଙ୍ଗ ଓ ପାର୍କ ଟାଇମିଂଗ କୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।

ଲକ ଡାଉନ ପାଇଁ ପାର୍କ ବନ୍ଦ, କେବେ ସ୍ବଭାବିକ ହେବ ରାଜଧାନୀର ସମସ୍ତ ପାର୍କ

ଅପରପକ୍ଷରେ ସମୟର ଆବଶ୍ୟକତା ଅନୁଯାୟୀ ଖୋଲୁଛି ପାର୍କ, ସ୍ଥିତି ସମ୍ପୂର୍ଣ୍ଣ ସୁଧାରିବା ପାଇଁ ସମୟ ଲାଗିବ ବୋଲି କହିଛନ୍ତି ବିଡ଼ିଓ କର୍ତ୍ତୃପକ୍ଷ । ଗୋଟିଏ ପଟେ ଆପତ୍ତି ଆଉ ଗୋଟିଏ ପଟେ ଆବଶ୍ୟକତା, ଏହା ଭିତରେ ପାର୍କ ଖୋଲିବା ନେଇ ଅନିଶ୍ଚିତତା ଭିତରେ ଜନସାଧାରଣ। ସେପଟେ ପାର୍କ ସକାଳ 5ଟା ପରିବର୍ତ୍ତେ 7 ଟାରେ ଖୋଲୁଥିବାରୁ ସୂର୍ଯ୍ୟଙ୍କ ତାପ ପ୍ରଖର ହେଉଛି, ଫଳରେ ପାର୍କରେ ୱାର୍କ ଆଉଟ କରିବା ସମ୍ଭବ ହେଉ ନାହିଁ ।

ବର୍ତ୍ତମାନ ଆଭିଜାତ୍ୟ ନୁହେଁ ସହରୀ ଜୀବନରେ ଆବଶ୍ୟକତା ରହିଛି ପାର୍କ। କିନ୍ତୁ ବିଡମ୍ବନା ଯେ, କୋଭିଡ଼ ମହାମାରୀ ସାଧାରଣ ମଣିଷର ଆବଶ୍ୟକତାକୁ ଅନ୍ଧାରକୁ ଠେଲି ଦେଇଛି । କିନ୍ତୁ ବର୍ତ୍ତମାନ ପାର୍କ ଗୁଡ଼ିକରେ ସାମାଜିକ ଦୂରତା ରକ୍ଷା, ମାସ୍କ ବ୍ୟବହାର ସହ ସମସ୍ତ ପାର୍କ ଖୋଲିବାର ଆବଶ୍ୟକତା ରହିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jun 8, 2020, 10:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.