ଭୁବନେଶ୍ବର: ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ହାରାହାରି ୭୮. ୬ ପ୍ରତିଶତ ମତଦାନ ହୋଇଛି । ସବୁର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ଭୋଟିଂ ହୋଇଛି । ଗତକାଲି(ରବିବାର) ସର୍ବାଧିକ ନିର୍ବାଚନୀ ହିଂସା ହେଇଥିବା ଯାଜପୁର ଜିଲ୍ଲାରେ ସର୍ବନିମ୍ନ ମତଦାନ ହୋଇଛି । ଯାଜପୁରରେ ୭୧ ପ୍ରତିଶତ ମତଦାନ ହୋଇଛି ।
ନବରଙ୍ଗପୁରରେ ୮୬.୩୩, କୋରାପୁଟରେ ୮୪.୭୮, ଅନୁଗୋଳରେ ୮୪.୨୪, ଗଜପତିରେ ୮୨.୭୨, ବରଗଡ଼ରେ ୮୨.୬୩, କନ୍ଧମାଳରେ ୮୧.୩୫, ବୌଦ୍ଧରେ ୮୧.୩୧, ସମ୍ବଲପୁରରେ ୮୧.୦୯, ଢେଙ୍କାନାଳରେ ୮୦.୩୯, ପୁରୀରେ ୮୦.୧୨, ରାୟାଗଡ଼ାରେ ୭୯.୪୪, ବାଲେଶ୍ବରରେ ୭୪.୭୨, ବଲାଙ୍ଗୀରରେ ୭୧.୮୩ ପ୍ରତିଶତ ଭୋଟିଂ ହୋଇଛି । ଭଦ୍ରକରେ ୭୭, କଟକରେ ୭୯.୨୬, ଦେବଗଡ଼ରେ ୭୯.୮, ଗଞ୍ଜାମରେ ୬୬.୭୫ ମତଦାନ ହୋଇଛି ।
ସେହିପରି ଜଗତସିଂହପୁରରେ ୭୬ ପ୍ରତିଶତ ମତଦାନ ହୋଇଛି । କଳାହାଣ୍ଡିରେ ୭୭.୫୯, କେନ୍ଦ୍ରାପଡ଼ାରେ ୭୨.୨୫, କେନ୍ଦୁଝରରେ ୭୭.୮୯, ଖୋର୍ଦ୍ଧାରେ ୭୬.୪୯, ମାଲକାନଗିରିରେ ୭୬.୬୩, ମୟୂରଭଞ୍ଜରେ ୭୮.୫୩, ନୟାଗଡ଼ରେ ୭୮.୨, ନୂଆପଡ଼ାରେ ୭୮.୨୪, ସୁନ୍ଦରଗଡ଼ରେ ୭୫.୪୫ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନୀ ହିଂସାର ହଟସ୍ପଟ୍ ସାଜିଥିବା ଯାଜପୁରରେ ସର୍ବନିମ୍ନ ୭୧ ପ୍ରତିଶତ ଭୋଟ ଦାନ ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ