ETV Bharat / city

ସାଲିଆ ସାହିରେ ଭଞ୍ଜନଗର ସହକାରୀ ଯନ୍ତ୍ରୀଙ୍କ ଲିଙ୍କ, ବସ୍ତିରୁ ମିଳିଲା କୋଟିଏ ଟଙ୍କା

author img

By

Published : Apr 9, 2022, 2:00 PM IST

ସାଲିଆ ସାହିରେ ଭଞ୍ଜନଗର ସହକାରୀ ଯନ୍ତ୍ରୀଙ୍କ ଲିଙ୍କ । ବସ୍ତିରୁ ମିଳିଲା କୋଟିଏ ଟଙ୍କା । ଅଧିକ ପଢନ୍ତୁ

ସାଲିଆ ସାହିରେ ଭଞ୍ଜନଗର ସହକାରୀ ଯନ୍ତ୍ରୀଙ୍କ ଲିଙ୍କ, ଝୁମ୍ପୁଡି ବସ୍ତିରୁ ମିଳିଲା କୋଟିଏ ଟଙ୍କା

ଭୁବନେଶ୍ବର: ଭଞ୍ଜନଗର ଜଳସେଚନ ସହକାରୀ ଯନ୍ତ୍ରୀଙ୍କ ସାଲିଆ ସାହି ଲିଙ୍କ । ସାଲିଆସାହି ବସ୍ତିରୁ ମିଳିଲା ୧ କୋଟି ୪୧ ଲକ୍ଷ । ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଶାଳି ଉର୍ବଶୀ ପ୍ରଧାନଙ୍କ ଘରୁ ଏହି ଟଙ୍କାକୁ ଜବତ କରିଛି ଭିଜିଲାନ୍ସ ଟିମ ।

ଝୁମ୍ପୁଡି ବସ୍ତିରୁ ମିଳିଲା କୋଟିଏ ଟଙ୍କା
ଝୁମ୍ପୁଡି ବସ୍ତିରୁ ମିଳିଲା କୋଟିଏ ଟଙ୍କା

ଏହି ଅର୍ଥକୁ ଭୁବନେଶ୍ଵର ଡିଭିଜନ ଅଧିକାରୀ ଗଣା ମେସିନ ଧରି ନଗଦ ଟଙ୍କାକୁ ଗଣିବାରେ ଲାଗିଛନ୍ତି । ଏଥିସହ ୩୫୪ ଗ୍ରାମର‌ ସୁନା ମଧ୍ୟ ଜବତ କରାଯାଇଛି । ଏଥିସହ ଟ୍ରିପଲ ଷ୍ଟୋରେଜ ଘର ପୋଖରିପୁଟ ପାଇଁ ନଗଦ ୭୬ ଲକ୍ଷ ଟଙ୍କା ଦେଇଥିବା ଏକ ଘରର ଏଗ୍ରିମେଣ୍ଟ କପି ମଧ୍ୟ ପାଇଛି ଭିଜିଲାନ୍ସ । ତେବେ ପୂର୍ବରୁ ସହକାରୀ ଯନ୍ତ୍ରୀଙ୍କ ଦ୍ବିତୀୟ ପତ୍ନୀ ଘରୁ ମିଳିଥିଲା ୨ କୋଟି ୫୦ ଲକ୍ଷ ଟଙ୍କା । ଏହାକୁ ମିଶାଇ ମୋଟ ସହକାରୀ ଯନ୍ତ୍ରୀଙ୍କ ଲିଙ୍କରେ ୩ କୋଟି ୪୧ଲକ୍ଷ ଟଙ୍କା ନଗଦ ମିଳିଛି ।

ସାଲିଆ ସାହିରେ ଭଞ୍ଜନଗର ସହକାରୀ ଯନ୍ତ୍ରୀଙ୍କ ଲିଙ୍କ

ଏହା ବି ପଢନ୍ତୁ: ଜେଲ ଗଲେ ଭଞ୍ଜନଗର ସହକାରୀ ଯନ୍ତ୍ରୀ, ଦ୍ବିତୀୟ ପତ୍ନୀଙ୍କ ଫ୍ଲାଟରେ ରଖିଥିଲେ ୨ କୋଟି ଟଙ୍କା

ତେବେ ସୂଚନା ଥାଉ କି ଗତକାଲି(ଶୁକ୍ରବାର) ଭିଜିଲାନ୍ସ ହାତରେ ଧରାପଡିଥିଲେ ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ । ପ୍ରଥମ ପତ୍ନୀଙ୍କୁ ଲୁଚାଇ ଦ୍ବିତୀୟ ପତ୍ନୀଙ୍କ ନିକଟରେ ନଗଦ ୨ କୋଟି ୩ ଲକ୍ଷ ଟଙ୍କା ରଖିଥିଲେ କାର୍ତ୍ତିକେଶ୍ବର । ଲଗାତାର ଦୁଇ ଦିନ ଚଢାଉ କରିବା ପରେ ବେଆଇନ ଅର୍ଥ ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଏହାପରେ ତାଙ୍କୁ ପିସି ଆକ୍ଟରେ ଗିରଫ କରିବା ପରେ ଝାରପଡା ଜେଲ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.