ETV Bharat / city

ରାଜ୍ୟରେ 8 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବୀମାଭୁକ୍ତ

author img

By

Published : Nov 23, 2020, 4:32 PM IST

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 8ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବୀମାଭୁକ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ...

ଛାତ୍ରଛାତ୍ରୀ ବୀମାଭୁକ୍ତ
ଛାତ୍ରଛାତ୍ରୀ ବୀମାଭୁକ୍ତ

ଭୁବନେଶ୍ବର: ସ୍କୁଲ ଛାତ୍ରଛାତ୍ରୀ ହେବେ ବୀମାଭୁକ୍ତ । ଏବେ ସୁଦ୍ଧା ରାଜ୍ୟରେ 8 ଲକ୍ଷ 64 ହଜାର 499 ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିଛନ୍ତି ସରକାର । ରାଜ୍ୟରେ ମୋଟ୍‌ 21 ଲକ୍ଷ 28 ହଜାର 246 ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 8 ଲକ୍ଷ 64 ହଜାର 499 ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରାଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ବିଧାନସଭା ଶୀତକାଳୀନ ଅଧିବେଶନରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏଭଳି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ପ୍ରାଥମିକ, ମାଧ୍ୟମିକ, ଉଚ୍ଚପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିବା ପାଇଁ ଷ୍ଟୁଡେଣ୍ଟ ସେଫଟି ଇନ୍ସୁରାନ୍ସ ସ୍କିମ ପ୍ରଚଳନ କରାଯାଇଛି ।

ପ୍ରାଥମିକ,ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ 2 ଟଙ୍କା ଆଦାୟ କରାଯାଉଛି । ସେହିପରି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ 3 ଟଙ୍କା ଆଦାୟ କରାଯାଉଛି ବୋଲି ସେ କହିଛନ୍ତି ।

ସୂଚନାଥାଉକି, ନଭେମ୍ବର 20 ତାରିଖରୁ ରାଜ୍ୟରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଏହା ଡିସେମ୍ବର 31 ତାରିଖ ଯାଏ ଚାଲିବ ବୋଲି ସୂଚନା ରହିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.