ETV Bharat / city

ରାସ୍ତାରେ ଆଉ ଗଡିବନି ୧୫ବର୍ଷରୁ ଅଧିକ ପୁରୁଣା ଗାଡି

author img

By

Published : Aug 16, 2021, 2:49 PM IST

କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍ ପଲିସି ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ରାସ୍ତାରେ ଆଉ ଗଡ଼ିବ ନାହିଁ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍‌ ପଲିସି ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ ଗଡୁଥିବା ପୁରୁଣା ଗାଡ଼ି ଚିହ୍ନଟ ହୋଇ ସାରିଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ରାଜ୍ୟରେ ଲକ୍ଷାଧିକ ୧୫ ବର୍ଷର ପୁରୁଣା ଗାଡ଼ି ରହିଛି।

ସ୍କ୍ରାପ ଆମଦାନୀ ହ୍ରାସ ପାଇଁ କେନ୍ଦ୍ର ସରକାର ବଡ଼ ଯୋଜନା କରିଛନ୍ତି । ଏହାଦ୍ୱାରା ପୁରୁଣା ଯାନର ବ୍ୟବହାର କମିବ । ଏହା ସହ ବନ୍ଦ ହେବ ପ୍ରଦୂଷଣ ସୃଷ୍ଟିକାରୀ ପୁରୁଣା ଯାନ ଚଳାଚଳ । ସ୍କ୍ରାପ ଆମଦାନୀ ହ୍ରାସ ଓ ଦେଶରେ ପୁରୁଣା ଯାନର ଭିଡ ହ୍ରାସ ଲାଗି ନୀତି ଘୋଷଣା ହୋଇଛି । ୨୦୨୩ ରୁ ଟ୍ରକ ଓ ୨୦୨୪ରୁ କାର ଗୁଡ଼ିକ ପାଇଁ ଏହି ନୀତି ଲାଗୁ ହେବ । କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍ ପଲିସିକୁ ରାଜ୍ୟ କାର୍ଯ୍ୟକାରୀ କରୁଥିବା ପରିବହନ ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବର ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.