ETV Bharat / city

Odisha Assembly: ରାଜ୍ୟରେ ୧୨ ଲକ୍ଷରୁ ଅଧିକ ପରିବାର ମୁଣ୍ଡରେ ନାହିଁ ଛାତ - ରାଜ୍ୟରେ ୧୨ ଲକ୍ଷରୁ ଅଧିକ ପରିବାର ମୁଣ୍ଡରେ ନାହିଁ ଛାତ

ପ୍ରତ୍ୟେକ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜାରି କରାଯାଉଛି ଗୋଲାପି ଚିତ୍ର । କିନ୍ତୁ ବାସ୍ତବିକ ସ୍ଥିତି କିନ୍ତୁ ଅଲଗା । ରାଜ୍ୟରେ ୧୨ ଲକ୍ଷ ପରିବାର ମୁଣ୍ଡରେ ନାହିଁ ଛାତ ନାହିଁ । ବିଜେପି ବିଧାୟକ ନାଉରୀ ନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଅଧିକ ପଢନ୍ତୁ

Odisha Assembly
Odisha Assembly
author img

By

Published : Jul 26, 2022, 7:10 PM IST

ଭୁବନେଶ୍ବର: ପ୍ରତ୍ୟେକ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜାରି କରାଯାଉଛି ଗୋଲାପି ଚିତ୍ର । କିନ୍ତୁ ବାସ୍ତବିକ ସ୍ଥିତି କିନ୍ତୁ ଅଲଗା । ରାଜ୍ୟରେ ୧୨ ଲକ୍ଷ ପରିବାର ମୁଣ୍ଡରେ ଛାତ ନାହିଁ । ବିଜେପି ବିଧାୟକ ନାଉରୀ ନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ରାଜ୍ୟରେ କଚ୍ଚ‌ା ଘରେ ରହୁଥିବା ପରିବାର, ଭୂମିହୀନ ପରିବାର ଓ ଗୃହ ମରାମତି ପାଇଁ ସହାୟତା ପାଇଥିବା ହିତାଧିକାରୀଙ୍କ ବାବଦରେ ପ୍ରଶ୍ନ କରିଥିଲେ ବିଧାୟକ ନାଉରୀ ନାୟକ । ଏହାର ଲିଖିତ ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଛନ୍ତି । ଯାହାଙ୍କର ପକ୍କା ଘର ନାହିଁ । ସେଥିମଧ୍ୟରୁ ୨୧,୨୩୯ ଭୂମିହୀନ ପରିବାର ରହିଛନ୍ତି । ଯାହାଙ୍କର ନିଜସ୍ୱ ବୋଲି ଇଞ୍ଚେ ଜମି ନାହିଁ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିର୍ମାଣ ହୋଇଥିବା ୨୩ ଲକ୍ଷ ୮୨ ହଜାର ୮୮୪ ହିତାଧିକାରୀଙ୍କୁ ଗୃହ ମରାମତି ପାଇଁ ସହାୟତା ମିଳିଛି । ଏଥି ପାଇଁ ରାଜ୍ୟ ରାଜକୋଷରୁ ୭୧୪ କୋଟି ୮୬ ଲକ୍ଷ ୫୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୧-୨୨ରେ ପିଏମଏୱାଇ(ଜି)-ବିପିଜିୱାଇ ଯୋଜନାରେ ୫,୫୬୪ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଥିଲା । ଏହି ମଞ୍ଜୁର ଅର୍ଥରୁ ପିଏମଏୱାଇ(ଜି) ଓ ବିପିଜିୱାଇ ଗୃହନିର୍ମାଣ ସହିତ ଗୃହ ମରାମତି କାମ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ବିପିଜିୱାଇ ଯୋଜନାରେ ୪୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ତନ୍ମଧ୍ୟରୁ ଗୃହ ମରାମତି ଖର୍ଚ୍ଚ ବହନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.