ETV Bharat / city

ଖରିଫରେ ଲକ୍ଷ୍ୟ ଠାରୁ ଅଧିକ ଧାନ ସଂଗ୍ରହ ହୋଇଛି: ଯୋଗାଣ ମନ୍ତ୍ରୀ

ଖରିଫ ଋତୁରେ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ କରାଯାଇଛି ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 20, 2021, 8:03 PM IST

ଖରିଫରେ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଛି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଖରିଫ ଋତୁରେ ଏପର୍ଯ୍ୟନ୍ତ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ରବି ଋତୁରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇ ଆଜି(ରବିବାର) ସୁଦ୍ଧା ୧୪ ଲକ୍ଷ ୫ ହଜାର ୭୨୬ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ସେହିପରି ୨୦୨୦-୨୧ ବର୍ଷରେ ୬୨ ଲକ୍ଷ ୯୩ ହଜାର ମେଟ୍ରିକ ଟନ ଖରିଫ ଧାନ ସଂଗ୍ରହ କରାଯାଇଛି । ଚଳିତ ଖରିଫ ଋତୁରେ ରାଜ୍ୟ ସରକାର ମୋଟ ୭୧ ଲକ୍ଷ ମେଟ୍ରିକ ଟନ ଖରିଫ ଓ ରବିଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ୨୦୧୯-୨୦ ଖରିଫ ଋତୁରେ ରାଜ୍ୟ ସରକାର ସମୁଦାୟ ୭୦ ଲକ୍ଷ ୫୬ ହଜାର ମେଟ୍ରିକ ଟନ ଖରିଫ ଓ ରବିଧାନ ସଂଗ୍ରହ କରିଥିଲେ । ଏହି କ୍ରମରେ ରାଜ୍ୟରେ ୨୦୨୦-୨୧ ଋତୁରେ ଅଦ୍ୟାବଧି ୭୬ ଲକ୍ଷ ୯୮ ହଜାର ମେଟ୍ରିକ ଟନ ଖରିଫ ଓ ରବିଧାନ ସଂଗ୍ରହ କରାଯାଇଛି । ଯାହାକି ୨୦୧୯-୨୦ ଖରିଫ ବର୍ଷ ଏବଂ ଚଳିତ ଖଲିଫ ବର୍ଷର ଧାର୍ଯ୍ୟ ଲକ୍ଷ୍ୟଠାରୁ ୬ ଲକ୍ଷ ମେଟ୍ରିକ ଟନ ଅଧିକ ବୋଲି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରକାଶ କରିଛନ୍ତି ।

କୋଭିଡ ଦ୍ଵିତୀୟ ଲହରରେ ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ମଣ୍ଡିରେ ଧାନ ବିକ୍ରି କରିପାରିବେ । ସେଥି ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି । ଚଳିତ ରବିଧାନ ବିକ୍ରି କରିବା ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୬୦୧ ଚାଷୀ ଅନଲାଇନରେ ସେମାନଙ୍କ ନାମ ପଞ୍ଜୀକୃତ କରିଥିବା ବେଳେ ୨ ଲକ୍ଷ ୨୩ ହଜାର ୫୮୯ ଜଣ ଚାଷୀଙ୍କ ଜମିଜମା ରେକର୍ଡ ବ୍ୟାଙ୍କ ଆକାଉଣ୍ଟ ଆଦି ଯାଞ୍ଚ କରାଯାଇଛି ।

ଯାଞ୍ଚ ହୋଇଥିବା ଚାଷୀଙ୍କ ମଧ୍ୟରୁ ୮୮ ପ୍ରତିଶତ ଚାଷୀ ଆଗୁଆ ଟୋକନ ମାଧ୍ୟମରେ ଧାନ ବିକ୍ରି କରି ସାରିଛନ୍ତି । ଏଯାବତ ରାଜ୍ୟର ୧୬ଟି ଜିଲ୍ଲାର ୯ ଲକ୍ଷ ୯୮ ହଜାର ୧୭୬ ଜଣ ଯାଞ୍ଚ କରାଯାଇଥିବା ପଞ୍ଜୀକୃତ ଚାଷୀ ଧାନ ବିକ୍ରି କରିଛନ୍ତି । ୧୦୨୫ଟି ଧାନ ସଂଗ୍ରହ କେନ୍ଦ୍ରକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୨ ହଜାର ୬୨୫ କୋଟି ୯୦ ଲକ୍ଷ ଟଙ୍କା ମୂଲ୍ୟର ରବିଧାନ ସଂଗ୍ରହ କରାଯାଇଛି ।

ଅଧିକ ରବିଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରେ ୫ ଲକ୍ଷ ୧୦ ହଜାର ୨୮ ମେଟ୍ରିକ ଟନ, କଳାହାଣ୍ଡିରେ ୨ ଲକ୍ଷ ୨୩ ହଜାର ୩୧୩ ମେଟ୍ରିକ ଟନ, ସୁବର୍ଣ୍ଣପୁର ଜିଲ୍ଲାରେ ୨ ଲକ୍ଷ ୨୯ ହଜାର ୨ ମେଟ୍ରିକ ଟନ, ସମ୍ବଲପୁରରେ ୧ ଲକ୍ଷ ୨୮ ହଜାର ୬୭୫ ମେଟ୍ରିକ ଟନ, କୋରାପୁଟରୁ ୧ ଲକ୍ଷ ୨୨ ହଜାର ୨୫୭ ମେଟ୍ରିକ ଟନ, ବାଲେଶ୍ଵରରେ ୫୧ ହଜାର ୭୪ ମେଟ୍ରିକ ଟନ ରବିଧାନ ସଂଗ୍ରହ କରାଯାଇଛି । ଚଳିତ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରବିଧାନ ସଂଗ୍ରହ କରାଯିବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.