ETV Bharat / city

ଦୁଇ ଦିନରେ ଫେରିଯିବ ମୌସୁମୀ

ଆଗାମୀ ଦୁଇ ଦିନ ମଧ୍ୟରେ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢ଼ନ୍ତୁ...

monsoon will return from odisha
ଫେରିଯିବ ମୌସୁମୀ
author img

By

Published : Oct 23, 2020, 6:06 PM IST

ଭୁବନେଶ୍ବର: ଫେରିଯିବ ମୌସୁମୀ । ଆଗାମୀ ଦୁଇ ଦିନ ଭିତରେ ଦକ୍ଷିମ ପଶ୍ଚିମ ମୌସୁମୀ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଶୁକ୍ରବାର ସ୍ପଷ୍ଟ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଚଳିତ ମାସ ଶେଷ ଆଡ଼କୁ ସମଗ୍ର ଓଡିଶାରୁ ମୌସୁମୀ ବିଦାୟ ନେବ । ତେବେ ଶୁକ୍ରବାର ରାଜ୍ୟର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ଫେରିଯିବ ମୌସୁମୀ

ରାଜ୍ୟର କେତେକ ଅଞ୍ଚଳ ଯଥା- ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା, କୋରାପୁଟ, ମାଲକାନାଗିର ଏବଂ କନ୍ଧମାଳରୁ ଆଗାମୀ ଦୁଇ ଦିନ ମଧ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ । ଚଳିତ ମାସ ଶେଷ ସୁଦ୍ଧା ସମଗ୍ର ଓଡ଼ିଶାରୁ ବିଦାୟ ନେବ । ତେବେ ଶୁକ୍ରବାର ଉପକୂଳ ଓଡ଼ିଶା ସମେତ 6 ଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବ ଏବେ ରାଜ୍ୟରେ ଆଉ ନାହିଁ । ତେବେ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ଆଗାମୀ 24 ଘଣ୍ଟା ଯାଏଁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.