ETV Bharat / city

Weather Update: ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ - ଓଡିଶାରେ କମିଛି ବର୍ଷା

ରାଜ୍ୟରେ କମିଛି ପ୍ରାକ୍ ମୌସୁମୀ ବର୍ଷା । ୧ ମାର୍ଚ୍ଚରୁ ୨୫ ମେ ମଧ୍ୟରେ ସ୍ବାଭାବିକ ଠାରୁ ୨୮ ପ୍ରତିଶତ କମିଛି ବର୍ଷା । ପାଗ ବିଗାଡି ଦେଇଛି ଘନଘନ ଘୂର୍ଣ୍ଣିବଳୟ । ବାରମ୍ବାର ମୌସୁମୀ ପ୍ରକ୍ରିୟା ପାଇଁ ସୃଷ୍ଟି ହୋଇଛି ପ୍ରତିକୂଳ ପାଗ । ୨୭ ତାରିଖରେ କେରଳ ଛୁଇଁନପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଅଧିକ ପଢନ୍ତୁ

ଚଳିତ ବର୍ଷ ବିଳମ୍ବରେ ଓଡ଼ିଶା ଛୂଇଁବ ମୌସୁମୀ
ଚଳିତ ବର୍ଷ ବିଳମ୍ବରେ ଓଡ଼ିଶା ଛୂଇଁବ ମୌସୁମୀ
author img

By

Published : May 27, 2022, 7:35 AM IST

ଭୁବନେଶ୍ବର: ରାଜ୍ୟରେ କମିଛି ପ୍ରାକ୍ ମୌସୁମୀ ବର୍ଷା । ୧ ମାର୍ଚ୍ଚରୁ ୨୫ ମେ’ ମଧ୍ୟରେ ସ୍ବାଭାବିକ ଠାରୁ ୨୮ ପ୍ରତିଶତ କମିଛି ବର୍ଷା । ପାଗ ବିଗାଡି ଦେଇଛି ଘନଘନ ଘୂର୍ଣ୍ଣିବଳୟ । ବାରମ୍ବାର ମୌସୁମୀ ପ୍ରକ୍ରିୟା ପାଇଁ ସୃଷ୍ଟି ହୋଇଛି ପ୍ରତିକୂଳ ପାଗ । ୨୭ ତାରିଖରେ(ଆଜି) କେରଳ ଛୁଇଁନପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବଡ କାଳବୈଶାଖୀ କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ନଥିବାରୁ ବିଳମ୍ବ ନେଇ ଆକଳନ କରାଯାଇଛି । ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବଡଧରଣର ବର୍ଷା ସମ୍ଭାବନା ନାହିଁ । ଚଳିତ ବର୍ଷ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବାରେ ବିଳମ୍ବ ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।

ଚଳିତ ବର୍ଷ ବିଳମ୍ବରେ ଓଡ଼ିଶା ଛୂଇଁବ ମୌସୁମୀ

କେତେବେଳେ ପାଗ ଅନୁକୂଳ ରହୁଛି ତ କେତେବେଳେ ପୁଣି ସୃଷ୍ଟି ହେଉଛି ପ୍ରତିକୂଳ ପାଗ । ଏଭଳି ସ୍ଥିତି ପାଇଁ ଏବେ ମୌସୁମୀ ବିଳମ୍ବ ହେବା ଆଶଙ୍କା ଦେଖାଦେଇଛି । ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳ ବୈଶାଖୀ ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ମୌସୁମୀ କେରଳ ଛୁଇଁବା ପରେ ତାମିଲନାଡୁ, ରୟାଲସୀମା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଛୁଇଁଥାଏ । କିନ୍ତୁ, ଚଳିତ ବର୍ଷ ଏପରି ସମ୍ଭାବନା ଦେଖାଯାଉନି । କାରଣ ପ୍ରାକ୍ ମୌସୁମୀ ବା କାଳବୈଶାଖୀ ବର୍ଷା ଶକ୍ତ ହେଉନାହିଁ । ଓଡ଼ିଶାରେ ମଧ୍ୟ ଟ୍ରପ୍ଲାଇନ୍ ପ୍ରଭାବରେ କାଳବୈଶାଖୀ ବର୍ଷା ହେଉଛି । କିନ୍ତୁ, ମୌସୁମୀକୁ ସକ୍ରିୟ କଲାଭଳି ବର୍ଷା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ନାହିଁ । ସେପଟେ ଆସନ୍ତା ଦୁଇ ଦିନ ପାଇଁ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ନେଇ ବିଭାଗ ସତର୍କ କରାଇଛି ।

୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ସତର୍କ କରାଯାଇଥିବା ବେଳେ ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ତେବେ ଆସନ୍ତା ୩ ଦିନ ମଧ୍ୟରେ କାଳବୈଶାଖୀର ପ୍ରଭାବ କମିବା ସହ ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସହ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.