ETV Bharat / city

ପୁଣି ରାଜଧାନୀରେ ନକଲି ସାମ୍ବାଦିକ, ଲୋନ ନାଁରେ ଠକୁଥିଲେ

ପୁଣି ରାଜଧାନୀରେ ନକଲି ସାମ୍ବାଦିକ । ଲୋନ କରେଇଦେବା ନାଁରେ ଲୋକଙ୍କୁ ଠକିବା ସହ ଫୋନ କଲେ ନିଜକୁ ସାମ୍ବାଦିକର ପରିଚୟ ଦେଇ ଧମକ ଚମକ ଦେଉଥିଲେ । ପୋଲିସର ଜିମା ଦେଲେ ଲୋକେ । ଅଧିକ ପଢନ୍ତୁ...

author img

By

Published : Mar 18, 2021, 5:19 PM IST

Updated : Mar 18, 2021, 9:11 PM IST

ପୁଣି ରାଜଧାନୀରେ ନକଲି ସାମ୍ବାଦିକ, ଲୋନ ନାଁରେ ଠକୁଥିଲେ ଲୋକଙ୍କୁ

ଭୁବନେଶ୍ବର: ପୁଣି ରାଜଧାନୀରେ ନକଲି ସାମ୍ବାଦିକ । ଲୋନ କରେଇଦେବା ନାଁରେ ଠକୁଥିଲେ ଲୋକଙ୍କୁ । ଶେଷରେ ଲୋକେ ସମ୍ପୃକ୍ତ ନକଲି ସାମ୍ବାଦିକଙ୍କୁ ବହେ ଉତ୍ତମ ମଧ୍ୟମ ଦେଇ ପୋଲିସର ଜିମା ଦେଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ପାହାଳ ଫାଣ୍ଡି ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ନିକଟରେ । ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଯୁବତୀ ଓ ଜଣେ ଯୁବକ ଥାନାରେ ଅଟକ ଥିବାବେଳେ ଯୁବକ ଜଣକ ନୟାଗଡର ଦେବାଶିଷ ପାଣିଗ୍ରାହୀ ବୋଲି ଜଣାପଡିଛି ।

ପୁଣି ରାଜଧାନୀରେ ନକଲି ସାମ୍ବାଦିକ, ଲୋନ ନାଁରେ ଠକୁଥିଲେ

ସୂଚନାଯୋଗ୍ୟ, ଭୁବନେଶ୍ବରର ଅନେକ ଅଞ୍ଚଳରୁ ଜଣେ ଯୁବକ ଓ ଦୁଇ ଯୁବତୀ ସିଏମସି ଓଡିଶା ଗ୍ରୁପ ନାଁରେ ଲୋନ କରେଇଦେବା କହି ଲୋକଙ୍କଠାରୁ ଟଙ୍କା ଠକୁଥିଲେ । ଯଦି କେହି ଟଙ୍କା ଫେରାଇବାକୁ କି ପୋଲିସରେ ଅଭିଯୋଗ କରିବାକୁ କହୁଥିଲେ, ଉକ୍ତ ଠକ ନିଜକୁ ସାମ୍ବାଦିକ କହିବା ସହ ସେମାନଙ୍କର ସବୁଠି ଚିହ୍ନା ଥିବା କହି ଧମକ ଦେଉଥିଲେ । ଏପରିକି ଲୋକଙ୍କୁ ସାମ୍ବାଦିକ ବୋଲି ଜଣାଇବା ପାଇଁ ଗାଡିରେ ପ୍ରେସ ଲେଖିବା ସହ ନାମୀଦାମୀ ଗଣମାଧ୍ୟମର ପରିଚୟ ପତ୍ର ମଧ୍ୟ ରଖିଥିଲେ । ଏହାସହ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଅଫିସର ଠିକଣା ବଦଳାଉ ଥିଲେ ।

ସେମାନଙ୍କ ଏଭଳି କାର୍ଯ୍ୟକଳାପ ଦେଖି ମହିଳାମାନେ ଠକଙ୍କୁ ଏକ ନୂଆ ଫୋନ ନମ୍ବରରେ ଫୋନ କରିଥିଲେ ଏବଂ ଲୋନ କରିବା ପାଇଁ ଆଗ୍ରହୀ ଥିବା କହିଥିଲେ । ଶେଷରେ ଲୋକଙ୍କ ଯୋଜନା ମୁତାବକ ଅଭିଯୁକ୍ତଙ୍କଠୁ ଠିକଣା ପାଇ ସେମାନଙ୍କ ଠିକଣାରେ ପହଞ୍ଚିଥିଲେ ଠକେଇର ଶିକାର ହୋଇଥିବା ଲୋକେ । ଏହାପରେ ଠକମାନଙ୍କ କାବୁ କରି ମାଡ ଦେବା ସହ ପାହାଳ ଫାଣ୍ଡିରେ ଜିମା ଦେଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 18, 2021, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.