ETV Bharat / city

ଦେବାଳିଆ କଂଗ୍ରେସ; ଆକାଉଣ୍ଟ ନମ୍ବର ଦେଇ ଟଙ୍କା ମାଗୁଛନ୍ତି ନିରଞ୍ଜନ

author img

By

Published : Sep 29, 2019, 5:06 PM IST

କଂଗ୍ରେସର ପାଣ୍ଠି ଅଭାବ । ଟଙ୍କା ପାଇଁ ଦଳ ଅନ୍ୟମାନଙ୍କୁ ସାହାଯ୍ୟ ମାଗୁଛି । ଖୋଦ୍ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟଙ୍କା ପାଇଁ ଅନ୍ୟମାନଙ୍କୁ ଅପିଲ୍ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଘଡିସନ୍ଧି ମୂହୁର୍ତ୍ତରେ ରାଜ୍ୟ କଂଗ୍ରେସ । ସାଧାରଣ ନିର୍ବାଚନରେ ଦଳର ବଡ ବିପର୍ଯ୍ୟୟ ପରେ ଏବେ ଦଳ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏପରିକି ବିଜେପୁର ଉପନିର୍ବାଚନ ପାଇଁ ଦଳ ଅନ୍ୟମାନଙ୍କୁ ହାତପାତି ଟଙ୍କା ମାଗିଛି । ଏହି କଥା ଆମେ କହୁନୁ ଖୋଦ୍ ପିସିସି ସଭାପତି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶନିବାର ଦଳ ତରଫରୁ ଏକ ଆକାଉଣ୍ଟ ନମ୍ବର ଦିଆଯାଇଛି । ଦୁଇ ଦିନ ଧରି ନିଜେ ପିସିସି ସଭାପତି ଅପିଲ କରୁଛନ୍ତି ଟଙ୍କା ପାଇଁ । ଦୁଇ ଦିନରେ 1 ଲକ୍ଷ ଟଙ୍କା ମିଳିଥିବା କହିଛନ୍ତି ନିରଞ୍ଜନ । ଆଗକୁ ଆହୁରି ସହଯୋଗ ମିଳିବା ନେଇ ଦଳ ଆଶା ରଖିଛି ।

ତେବେ ଓଡ଼ିଶାର ଅନ୍ୟତମ ସର୍ବାଧିକ ଟିକସ ପ୍ରଦାନକାରୀ ନିରଞ୍ଜନ ପଟ୍ଟନାୟକଙ୍କର ଏମିତି କ’ଣ ଅଭାବ ରହିଲା ଯେ ସେ ହାତପାତି ଟଙ୍କା ମାଗୁଛନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ କହିଛନ୍ତି, ‘ମୁଁ ସଭାପତି ହେଲି ବୋଲି କ’ଣ ଘର ଡିହ ବିକ୍ରି କରି ଦଳ ଚଳାଇବି । ’

ସେ ଆହୁରି କହିଛନ୍ତି, ପୂର୍ବ ନିର୍ବାଚନରେ ଯାହା ଖର୍ଚ୍ଚ ହୋଇଥିଲା ଏ ପର୍ଯ୍ୟନ୍ତ ବକେୟା ବିଲ୍ ଦିଆଯାଇ ପାରିନାହିଁ । ବିଜେପି ଓ ବିଜେଡି ନିର୍ବାଚନରେ ଯେଉଁଭଳି ଖର୍ଚ୍ଚ କରୁଛନ୍ତି ତାହାର ମୁକାବିଲା ଦଳ କରିପାରିବ ନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଘଡିଶନ୍ଧି ମୂହୁର୍ତ୍ତରେ ରାଜ୍ୟ କଂଗ୍ରେସ। ସାଧାରଣ ନିର୍ବାଚନରେ ଦଳର ବଡ ବିପର୍ଯ୍ୟୟ ପରେ ଏବେ ଦଳ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏପରିକି ବିଜେପୁର ଉପନିର୍ବାଚନ ପାଇଁ ଦଳ ସାଧାରଣ ଲୋକଙ୍କୁ ହାତ ପାଟି ମାଗିଛି ଟଙ୍କା। ଗତକାଲି ଦଳ ତରଫରୁ ଏକ ଆକାଉଣ୍ଟ ନମ୍ବର ଦିଆଯାଇଛି। ଦୁଇ ଦିନ ଧରି ନିଜେ ପିସିସି ସଭାପତି ଅପିଲ କରୁଛନ୍ତି। ଦୁଇ ଦିନରେ 1 ଲକ୍ଷ ଟଙ୍କା ପାଇଲାଣି ଦଳ। ଆଗକୁ ମଧ୍ୟ ଅଧିକ ସହଯୋଗ ମିଳିବ ବୋଲି ଦଳ ଆଶା ରଖିଛି। ତେବେ ଓଡ଼ିଶାର ଅନ୍ୟତମ ସର୍ବାଧିକ ଟିକସ ପ୍ରଦାନକାରୀ ନିରଞ୍ଜନ ପଟ୍ଟନାୟକ ଙ୍କର ଏମିତି କଣ ଅଭାବ ରହିଲା।ଯେ ସେ ହାତ ପାଟି ଟଙ୍କା ମାଗୁଛନ୍ତି ବୋଲି ଅନେକ ପ୍ରଶ୍ନ କରିବା ପରେ ଏନେଇ ସେ କହିଛନ୍ତି, ମୁଁ ସଭାପତି ହେଲି ବୋଲି କଣ ଘର ଡିହ ବିକ୍ରି କରି ଦଳ ଚଳାଇବି ବୋଲି ପ୍ରଶ୍ନ କରିଛନ୍ତି।

Body:ବାଇଟ ନିରଂଜନ ପଟ୍ଟନାୟକ, ପିସିସି ସଭାପତି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.