ETV Bharat / city

ଦଳର ନିଷ୍ପତ୍ତି ବିରୋଧରେ ଗଲେ ମୋକିମ, ସ୍ୱାଗତ କଲେ BJD-BJP - Monsoon session of Odisha Assembly

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବଦଳରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ ଦଳରେ କମ୍ପନ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

Mohammed Moquim
Mohammed Moquim
author img

By

Published : Jul 18, 2022, 9:31 PM IST

ଭୁବନେଶ୍ବର: ବିଧାୟକ ମହମ୍ମଦ ମୋକିମ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବଦଳରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି । ମୋକିମ କାହିଁକି ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ଭୋଟ ଦେଇଛନ୍ତି ସେ ନେଇ ସମୀକ୍ଷା ଚାଲିଛି । ମହମ୍ମଦଙ୍କ ଏହି ନିଷ୍ପତ୍ତିକୁ ବିଜେଡି ଓ ବିଜେପି ସ୍ୱାଗତ କରିଛନ୍ତି ।

ଦଳର ନିଷ୍ପତ୍ତି ବିରୋଧରେ ଗଲେ ମୋକିମ, ସ୍ୱାଗତ କଲେ ବିଜେଡି ଓ ବିଜେପି

ମୋକିମଙ୍କ ନିଷ୍ପତ୍ତିକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଇ ହାଇକମାଣ୍ଡଙ୍କୁ ରିପୋର୍ଟ ଦିଆଯିବ । ତାପରେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ । ଏଣେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଏପଟେ, ସେ ବିଜେପି ଆଡ଼କୁ ଢଳୁଛନ୍ତି କି ବିଜେଡିକୁ ଯାଉଛନ୍ତି, ସେଇଟା ବରିଷ୍ଠ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିପାରିବେ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ।

ତେବେ ମୋକିମଙ୍କ ନିଷ୍ପତ୍ତିକୁ ବିଜେଡି ଓ ବିଜେପି ସ୍ୱାଗତ କରିଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜନୈତିକ ମତ ପାର୍ଥକ୍ୟ ଓ ବିରୋଧ ସତ୍ତ୍ୱେ ମୋଦିଙ୍କ ନିଷ୍ପତ୍ତି ସହ ମୋକିମ ସ୍ୱର ମିଳାଇ ଦ୍ରୌପଦୀଙ୍କୁ ସମର୍ଥନ ଦେଇଛନ୍ତି । ମୋକିମ ଓଡ଼ିଆ ମାଟିର ଝିଅଙ୍କ ସମର୍ଥନରେ ଭୋଟ୍ ଦେଇଥିବା ଘୋଷଣା କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରିଛନ୍ତି ।

ସେପଟେ ବିଜେଡି ବିଧାୟକ ଧ୍ରୁବ ସାହୁ ମୋକିମଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନକୁ ସମର୍ଥନ କରିଥିବାରୁ ସେ ମୋକିମଙ୍କୁ ସ୍ୱାଗତ କରିଛନ୍ତି । ଦଳରୁ ଉର୍ଦ୍ଧ୍ବରେ ରହି ମାଟିର ଝିଅକୁ ଭୋଟ ଦେଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ରାଜନଗର ବିଧାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.