ETV Bharat / city

ମାନବାଧିକାରର ରକ୍ଷା ପାଇଁ ଆସିଛି CAA: ଅମିତ ଶାହ - Amit Shah on caa

ନାଗରିକତା ସଂଶୋଧନ ଆଇନ ବିରୋଧରେ ମିଥ୍ୟା ପ୍ରଚାରକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । ଅନ୍ୟ ଦେଶରେ ଧର୍ମ ନାଁରେ ଉତ୍ପୀଡନର ଶିକାର ହେଉଥିବା ନାଗରିକଙ୍କ ମାନବାଧିକାର ରକ୍ଷା ପାଇଁ ମୋଦି ସିଏଏ ଆଇନ ଆଣିଥିବା ସେ କହିଛନ୍ତି । ଅଧିକ ପଢନ୍ତୁ...

ମାନବାଧିକାରର ରକ୍ଷା ପାଇଁ ଆସିଛି CAA: ଗୃହମନ୍ତ୍ରୀ ଶାହ

author img

By

Published : Feb 28, 2020, 8:39 PM IST

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶାର ରାଜଧାନୀ ଭୁବନେଶ୍ବରରେ CAA ସମର୍ଥନରେ ଆୟୋଜିତ ଏକ ବିଶାଳ ରାଲିକୁ ସମ୍ବୋଧନ କରିଛନ୍ତି । ଏହି ସମୟରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ମିଥ୍ୟା ପ୍ରଚାର କରିବାକୁ ନେଇ କଂଗ୍ରେସ ସମେତ ପୁରା ବିପକ୍ଷକୁ ଟାର୍ଗେଟ କରିଛନ୍ତି ଶାହ ।

ମାନବାଧିକାରର ରକ୍ଷା ପାଇଁ ଆସିଛି CAA: ଗୃହମନ୍ତ୍ରୀ ଶାହ

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନକୁ ନେଇ ମିଥ୍ୟା ପ୍ରଚାର କରାଯାଉଛି କି ଏହା ଦ୍ବାରା ମୁସଲମାନଙ୍କ ନାଗରିକତା ଛଡାଇ ନିଆଯିବ । ଏହା ସମ୍ପୂର୍ଣ୍ଣ ଭୁଲ । ଏଥିରେ କୌଣସି ସତ୍ୟତା ନାହିଁ । ସିଏଏ ଉପରେ ମିଛ ପ୍ରଚାର କରି ଲୋକଙ୍କୁ ଉସକାଉଥିବା କାମ କରାଯାଉଛି ବୋଲି ଶାହ କହିଛନ୍ତି । ଏହି ଆଇନ ଦ୍ବାରା କୌଣସି ବି ମୁସଲମାନଙ୍କ ନାଗରିକତା ଛଡାଇ ନିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସିଏଏକୁ ନେଇ ଶାହ କହିଛନ୍ତି, ଏହା ନାଗରିକତା ଛଡାଇନେବାର ନୁହେଁ ବରଂ ନାଗରିକତା ଦେବାର ଆଇନ । ଦେଶର ବିଭାଜନ ସମୟରେ ଯେଉଁ ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଓ ପାରସି ସମୁଦାୟ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ରହିଯାଇଥିଲେ, ସେମାନଙ୍କୁ ନାଗରିକତା ଦେବା ପାଇଁ ସିଏଏ ଆଇନ ଅଣାଯାଇଛି । ଏହି ସମୁଦାୟର ନାଗରିକ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମ ନାଁରେ ଉତ୍ପୀଡନର ଶିକାର ହେଉଛନ୍ତି । ସେଠାରେ ଏମାନଙ୍କର ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଉଛି ।

ଏହିପରି ଅନେକ ଲୋକ ଯେଉଁମାନେ ଅନ୍ୟଦେଶରେ ଧର୍ମ ନାଁରେ ଉତ୍ପୀଡନର ଶିକାର ହେଉଛନ୍ତି, ସେମାନଙ୍କ ମାନବାଧିକାରର ରକ୍ଷା ପାଇଁ ସିଏଏ ଆଇନ ଅଣାଯାଇଥିବା ଅମିତ ଶାହ ନିଜ ସମ୍ବୋଧନରେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.