ETV Bharat / city

ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର

ନୂତନ କୃଷି ଆଇନକୁ ନେଇ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ କରାଯାଉଛି । ମୋଦି ସରକାର ସର୍ବଦା ଅନ୍ନଦାତାଙ୍କ ପ୍ରତି ରହିଛି ବୋଲି ଏକ ପୁସ୍ତକ ମାଧ୍ୟମରେ ଅଭିଯାନ ଆରମ୍ଭ କରିଛି ବିଜେପି । ଅଧିକ ପଢନ୍ତୁ...

ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର
ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର
author img

By

Published : Dec 27, 2020, 1:41 PM IST

Updated : Dec 27, 2020, 2:09 PM IST

ଭୁବନେଶ୍ବର: ‘ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର’ର ପୁସ୍ତକର ଓଡିଆ ଅନୁବାଦ ଉନ୍ମୋଚିତ । ମନ କି ବାତର କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପୁସ୍ତକର ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂତନ କୃଷି ଆଇନ ସମ୍ପର୍କରେ ସଚେତନ କରିବାକୁ ଏହି ପୁସ୍ତକ ଉଦ୍ଦିଷ୍ଟ ।

ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର

ଏହି କାର୍ଯ୍ୟକ୍ରମରେ ସବୁ ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ଚାଷୀନେତା, ସାମ୍ବାଦିକ ଓ ବିରୋଧୀଙ୍କୁ ପୁସ୍ତକ ବାଣ୍ଟିବାକୁ ଧର୍ମେନ୍ଦ୍ର ପ୍ରଧାନ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ସଭାପତି କନକବର୍ଦ୍ଧନ ସିଂହଦେଓ , ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଉତ୍ତର ଭାରତର ଅନେକ ଚାଷୀ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି । ଆଇନ ପ୍ରତ୍ୟାହାର ଦାବି ଦିଲ୍ଲୀର ବିଭିନ୍ନ ସୀମାରେ ହରିୟାଣା ଓ ପଞ୍ଜାବ ଅନେକ କୃଷକ ମାସେ ଧରି ଧାରଣାରେ ବସିଛନ୍ତି । ସେପଟେ ଏହି ଆଇନ ଦ୍ବାରା ଚାଷୀ ଉପକୃତ ହେବେ ବୋଲି କହି ସରକାର ଆଇନ ପ୍ରତ୍ୟାହାର ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ନଦାତାଙ୍କ ପ୍ରତି ମୋଦି ସରକାର ସବୁବେଳେ ସମ୍ପର୍ପିତ ରହିଛି ବୋଲି ପୁସ୍ତକ ଲେଖି ସମସ୍ତ ଚାଷୀଙ୍କୁ ଅବଗତ କରାଇବାକୁ ନୂଆ ଅଭିଯାନ ଚଳାଇଛି ବିଜେପି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Dec 27, 2020, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.