ETV Bharat / city

ନୂଆ ଭାରତର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ନରେନ୍ଦ୍ର ମୋଦି: ଅମିତ ଶାହ

author img

By

Published : Aug 8, 2022, 11:03 PM IST

ଓଡ଼ିଶାରେ ବିଜେପିର ସରକାର ହେବାକୁ ଯାଉଛି । ଲୋକଙ୍କ ବିଶ୍ୱାସକୁ ଜିତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ଲୋକପ୍ରିୟ ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ଲଗାତାର ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ‌ଲଗାତାର ୨ ଥର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । ଦୀର୍ଘ ୨୦ ବର୍ଷ ଶାସନରେ ପ୍ରଧାନମନ୍ତ୍ରୀ ମୋଦି ପରିବାରବାଦ ଏବଂ ତୁଷ୍ଟୀକରଣର ରାଜନୀତିକୁ ସମାପ୍ତ କରିଛନ୍ତି ବୋଲି ଅମିତ ଶାହ ‘ମୋଦି @୨୦-ଡ୍ରିମ୍ସ ମିଟ ଡେଲିଭରି’ ପୁସ୍ତକ ଓଡ଼ିଶା ଚାପ୍ଟର’ର ଉନ୍ମୋଚନ କରିବା ଅବସରରେ କହିଛନ୍ତି ।

ନୂଆ ଭାରତର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ନରେନ୍ଦ୍ର ମୋଦି: ଗୃହମନ୍ତ୍ରୀ ଶାହ

ଭୁବନେଶ୍ବର: ‘ମୋଦି @୨୦-ଡ୍ରିମ୍ସ ମିଟ ଡେଲିଭରି’ ପୁସ୍ତକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ ଉପରେ ଯେତିକି ବର୍ଣ୍ଣନା ଅଛି, ତା’ ତୁଳନାରେ ତାଙ୍କ ବ୍ୟକ୍ତିତ୍ୱ ବହୁତ ବଡ଼ । ମୋଦିଙ୍କ କାର୍ଯ୍ୟ ଓ ବ୍ୟକ୍ତିତ୍ୱ ଅବର୍ଣ୍ଣନୀୟ ବୋଲି ଏହି ପୁସ୍ତକର ଓଡ଼ିଶା ଚାପ୍ଟର’ର ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

ଏହି ପୁସ୍ତକର ଓଡ଼ିଶା ଚାପ୍ଟରର ଉନ୍ମୋଚନ ଓ ପଠନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି, "ଓଡ଼ିଶାରେ ବିଜେପିର ସରକାର ହେବାକୁ ଯାଉଛି । ଲୋକଙ୍କ ବିଶ୍ୱାସକୁ ଜିତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ଲୋକପ୍ରିୟ ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ଲଗାତାର ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ‌ଲଗାତାର ୨ ଥର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । ଦୀର୍ଘ ୨୦ ବର୍ଷ ଶାସନରେ ପ୍ରଧାନମନ୍ତ୍ରୀ ମୋଦି ପରିବାରବାଦ ଏବଂ ତୁଷ୍ଟୀକରଣର ରାଜନୀତିକୁ ସମାପ୍ତ କରିଛନ୍ତି । ପରିବାରବାଦ ଜାଗାରେ ପଲିଟିକ୍ସ ଅଫ୍ ପର୍ଫମାନ୍ସ ବା ପ୍ରଦର୍ଶନ ଅନୁସାରେ ରାଜନୀତିର ନୂଆ ଧାରା ତିଆରି କରିଛନ୍ତି । ଲୋକତନ୍ତ୍ରରେ ସେହି ସଫଳ ହେବ, ଯିଏ ପରଫର୍ମ କରିବ ।"

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ସ୍ୱାଧୀନତ୍ତୋର ଭାରତରେ ଜବାହାର ଲାଲ ନେହୁରଙ୍କ ଠାରୁ ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ଅନେକ ପ୍ରଧାନମନ୍ତ୍ରୀ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି । କିନ୍ତୁ ଦେଶରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଠୋର ପରିଶ୍ରମ ଦ୍ୱାରା ଗରିବ ଲୋକଙ୍କ ପାଇଁ ଦେଖିଥିବା ସ୍ୱପ୍ନକୁ ସାକାର କରୁଛନ୍ତି । ସେଥିପାଇଁ ମୋଦି କହିଥିଲେ ମୋ ସରକାର ଗରିବ, ଯୁବକ, ମହିଳା, ଜନଜାତି ବଞ୍ଚିତ ପାଇଁ ସମର୍ପିତ ରହିବ । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ,ସବକା ପ୍ରୟାସ ଦର୍ଶନରେ ଜନଭାଗିଦାରୀର ଅନନ୍ୟ ଜନଆନ୍ଦୋଳନ ହେଉଛି ମୋଦି ସରକାରର ବଡ଼ ବିଶେଷତା । ଅଦ୍ୱିତୀୟ ନେତା ମୋଦିଙ୍କ ଗୁଜୁରାଟ ମଡେଲରୁ ଇଣ୍ଡିଆ ମଡ଼େଲ, ଜନକଲ୍ୟାଣକାରୀ ଯୋଜନା ଆଜି କୋଟି କୋଟି ଲୋକଙ୍କୁ ନୂଆ ଆଶା ଓ ଭରସା ଦେଇଛି । ମୋଦି ବିଶ୍ୱର ଗରିବ ଲୋକମାନଙ୍କର ଆଶାର ପ୍ରତୀକ ହୋଇଛନ୍ତି । ବିକଶିତ ରାଷ୍ଟ୍ର ଓ ବିଶ୍ୱର ସବୁ ଅଞ୍ଚଳରେ ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ଅଛି । ମୋଦିଙ୍କ ମଡେଲକୁ ଅନେକ ବଡ ବଡ଼ ରାଷ୍ଟ୍ର ଗ୍ରହଣ କରୁଛନ୍ତି । ଦିନେ ଖାଦ୍ୟର ଅଭାବକୁ ଦୂର କରିବା ପାଇଁ ଭାରତ ଆମେରିକାରୁ ନିମ୍ନମାନର ଚାଉଳ ଗହମ ଆମଦାନୀ କରୁଥିଲା । ମାତ୍ର ଏବେ ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାତ ମିଳାଇବାକୁ ତାଙ୍କ ପାଖକୁ ଆସୁଛନ୍ତି । ଏହା ପରିବର୍ତ୍ତିତ ଭାରତ ବା ନୂଆ ଭାରତ ଏବଂ ଏହାର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ନରେନ୍ଦ୍ର ମୋଦି ।"

କେନ୍ଦ୍ରମନ୍ତ୍ର କହିଛନ୍ତି ଯେ, ଗତ ମଇ ୧୧ ତାରିଖରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ କରକମଳରେ “ମୋଦି @ ୨୦- ଡ୍ରିମ୍ସ ମିଟ୍ ଡ଼େଲିଭରି” ପୁସ୍ତକ ଉନ୍ମୋଚନ ହୋଇଥିଲା । ଏହି ପୁସ୍ତକରେ ୨୨ଟି କ୍ଷେତ୍ରର ସୁନାମଧନ୍ୟ ଲେଖକଙ୍କ ଦ୍ୱାରା ୨୧ ପ୍ରବନ୍ଧର ସଂକଳନ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି ୨୦୦୧ରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ଭାବରେ ୨୦ ବର୍ଷ ଧରି ରାଜ୍ୟ ତଥା ଜାତୀୟ ସ୍ତରରେ ସରକାରର ମୁଖ୍ୟ ଭାବରେ ରହିଥିବା ସମୟରେ ତାଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟଦକ୍ଷତାର ବିଭିନ୍ନ ଦିଗକୁ ପୁସ୍ତକରେ ଉଲ୍ଲେଖ କରାଯାଇଛି । ତେବେ ମୋଦିଙ୍କ ୨୦ ବର୍ଷ ନେତୃତ୍ୱାଧୀନ ଏହି ବହିକୁ ଆଲୋଚନା କରିବା ମୁଖ୍ୟ ବିଷୟବସ୍ତୁ ନୁହେଁ, ମୋଦି ହେଉଛନ୍ତି ପୂର୍ଣ୍ଣାଙ୍ଗ । ସେ କହିଛନ୍ତି ଯେ, ଦେଶ ସ୍ୱତନ୍ତ୍ରତାର ୭୫ ବର୍ଷ ଅବସରରେ ଓଡ଼ିଶାକୁ ଶ୍ରୀ ଶାହଙ୍କ ଆଗମନ ଦ୍ୱାରା ଆମ ଓଡ଼ିଆ ସମାଜର ସ୍ୱାଧୀନତାର ଲଢେଇ ଓ ଐତିହ୍ୟର ସ୍ମୃତି ଉଜ୍ଜିବୀତ ହୋଇଛି । “ମୋଦି @୨୦ – ଡ୍ରିମ୍ସ ମିଟ୍ ଡ଼େଲିଭରି” ପୁସ୍ତକର ଲେଖକ ଭାବେ ଶ୍ରୀ ଶାହ ଆଜି ଉପସ୍ଥିତ ହେବା ଗର୍ବର ବିଷୟ । ମୋଦିଙ୍କର ବିଚାର, ରଣନୀତି, ବ୍ୟାପକତା ତଥା ତାଙ୍କ ଭଳି ଜଣେ ହିମାଳୟ ସଦୃଶ ନେତୃତ୍ୱକୁ ଖୁବ କମ ଲୋକ ଜାଣିଛନ୍ତି । ସେହି କମ ଲୋକଙ୍କ ମଧ୍ୟରୁ ଶ୍ରୀ ଶାହ ଅନ୍ୟତମ । ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ବିଚାର ଉପରେ ଓଡ଼ିଶାବାସୀଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ଗୃହ ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.