ETV Bharat / city

ମୋଦି 2.0: 100ଦିନରେ ଓଡିଶାକୁ 16000 କୋଟି

100 ଦିନ ପୂରଣ କରିଛି ମୋଦି 2.0 । ଏହା ଉପଲକ୍ଷେ ସବୁ ରାଜ୍ୟରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ସଫଳତା ବଖାଣୁଛି ବିଜେପି । ଏହି କ୍ରମରେ ସୋମବାର କେନ୍ଦ୍ର ରସାୟନ ମନ୍ତ୍ରୀ ମାନସୁଖ ମାଣ୍ଡଭିୟା ଓଡିଶା ଆସି ଗୋଟି ଗୋଟି କରି ସରକାରଙ୍କ ଉପଲବ୍ଧିକୁ ଗଣାଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 9, 2019, 4:47 PM IST

Updated : Sep 9, 2019, 11:47 PM IST

ଭୁବନେଶ୍ବର: 100 ଦିନ ପୂରଣ କରିଛି ମୋଦି 2.0 । ଏହା ଉପଲକ୍ଷେ ସବୁ ରାଜ୍ୟରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ସଫଳତା ବଖାଣୁଛି ବିଜେପି । ଏହି କ୍ରମରେ ସୋମବାର କେନ୍ଦ୍ର ରସାୟନ ମନ୍ତ୍ରୀ ମାନସୁଖ ମାଣ୍ଡଭିୟା ଓଡିଶା ଆସି ଗୋଟି ଗୋଟି କରି ସରକାରଙ୍କ ଉପଲବ୍ଧିକୁ ଗଣାଇଛନ୍ତି । ଏଥିସହ ଗତ 100ଦିନରେ କେନ୍ଦ୍ର ଓଡିଶାକୁ 16 ହଜାର କୋଟି ଟଙ୍କା ଦେଇଥିବା ନେଇ ମାଣ୍ଡଭିୟା ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତ 100 ଦିନରେ ମୋଦି ସରକାର ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେଥିମଧ୍ୟରେ ଧାରା 370 ଉଚ୍ଛେଦ, 5 ଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ରୋଡମ୍ୟାପ, ମାନ୍ଦାବସ୍ଥାରୁ ମୁକୁଳିବାକୁ ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ, ଅଟୋମୋବାଇଲ ସେକ୍ଟର ଉପରେ ଫୋକସ, ରେଳବାଇକୁ ଆର୍ଥିକ ପ୍ରୋତ୍ସାହନ, କୃଷକଙ୍କ ଆୟ ଦୁଇଗୁଣା ଆଦି ବହୁ ପ୍ରମୁଖ ଲୋକାଭିମୁଖୀ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି ।

ସେହିଭଳି ଓଡିଶାକୁ ଫନି ବାତ୍ୟା ପାଇଁ 4 ହଜାର, ବନୀକରଣ ଲାଗି କାମ୍ପା ଯୋଜନାରେ 5 ହଜାର କୋଟି ଟଙ୍କା, ରେଳ ଭିତ୍ତିଭୂମି ପାଇଁ 6 ହଜାର କୋଟି ଟଙ୍କା ଆଦି ମିଶାଇ 100ଦିନରେ ସରକାର 16 ହଜାର କୋଟି ଟଙ୍କା ଦେଇଛନ୍ତି । ପୂର୍ବ ଭାରତର ବିକାଶ ଏବେ କେନ୍ଦ୍ର ସରକାରଙ୍କ ବଡ ଏଜେଣ୍ଡାରେ ରହିଛି । ତେଣୁ ଆଗକୁ ଆହୁରି ଓଡିଶାକୁ ସହଯୋଗ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି ।

ଏପଟେ ଏ ନେଇ ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ‘100 ଦିନରେ ଗୋଟିଏ ସରକାରଙ୍କ ସଫଳତା ଓ ବିଫଳତା ମପାଯିବା ଉଚିତ ହେବ ନାହିଁ । କେନ୍ଦ୍ରମନ୍ତ୍ରୀ ଯେଉଁ ଅର୍ଥ ଓଡିଶାକୁ ଦେବା କଥା କହୁଛନ୍ତି ତାହା ବଜେଟରେ ଅନୁମୋଦନ ଲାଭ କରିଛି । ଏଣୁ ଏହା କିଛି ନୂଆ କଥା ନୁହେଁ ।’

ଅନ୍ୟପକ୍ଷରେ ମୋଦି ସରକାର ସବୁଥିରେ ବିଫଳ ହୋଇଥିବା ନେଇ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ସମାଲୋଚନା କରିଛନ୍ତି । ଆର୍ଥିକ ମାନ୍ଦାବସ୍ଥା ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ । ଜମ୍ମୁ କାଶ୍ମୀରକୁ ନେଇ ଯେଉଁ ପ୍ରଚାର କରାଯାଉଛି ତାହା ଭୁଲ ଭାବରେ ପ୍ରତିପାଦନ କରାଯାଇଛି । ଏବେ ବି ସେଠାକୁ କାହାରିକୁ ଛଡାଯାଉନାହିଁ । ଏଥିସହ ଦେଶରେ ବେକାରୀ ବଢିଛି, ଅନେକ ରାଷ୍ଟ୍ରାୟତ ସଂସ୍ଥା ଦେବାଳିଆ ହୋଇପଡିଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଏବଂ ତପନ ଦାସ, ଇଟିଭି ଭାରତ

Last Updated : Sep 9, 2019, 11:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.