ETV Bharat / city

ସହିଦ ନଗର ଥାନାରୁ ‘ମୋ ସରକାର’ ଆରମ୍ଭ

author img

By

Published : Oct 2, 2019, 7:02 PM IST

Updated : Oct 2, 2019, 7:53 PM IST

ଭୁବନେଶ୍ବରସ୍ଥିତ ସହିଦ ନଗର ଥାନାରେ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ‘ମୋ ସରକାର ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ସ୍ଥିତ ସହିଦ ନଗର ଥାନାରେ ‘ମୋ ସରକାର’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଜନାର ଶୁଭାରମ୍ଭ ସହ କିପରି ଥାନା ସ୍ତରରୁ ସ୍ବଚ୍ଛତା ଆସିବ ସେ ନେଇ ବାର୍ତ୍ତା ଦେଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ଠାରୁ ଥାନାକୁ ଆସୁଥିବା ପ୍ରତି ଅଭିଯୋଗକାରୀଙ୍କ ଫୋନ୍ ନମ୍ବର ପଞ୍ଜିକରଣ କରାଯିବ। ପଞ୍ଜିକରଣ ହେବା ପରେ ଅଭିଯୋଗକାରୀଙ୍କୁ ଏସ୍‌ଏମ୍‌ଏସ୍‌ ଯିବ । ଯଦି ନମ୍ବର ପଞ୍ଜିକରଣ ନ କରାଯାଏ ତାହାଲେ ଟୋଲ୍‌ ଫ୍ରି ନମ୍ବରକୁ କଲ୍‌ କରିବେ ଅଭିଯୋଗକାରୀ । ଟୋଲ୍‌ ଫ୍ରି ନମ୍ବର- ୧୪୫୪୫କୁ କଲ୍‌ କରି ବି ପଞ୍ଜିକରଣ କରାଯାଇପାରିବ ।

ଏହି କାର୍ଯ୍ୟକ୍ରମରେ ପୋଲିସ ଡିଜି, କମିଶନରଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 2, 2019, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.