ETV Bharat / city

ମାର୍ଚ୍ଚ 3ରୁ ପରିବହନ ବିଭାଗରେ ଲାଗୁ ହେବ ‘ମୋ ସରକାର’

ଆସନ୍ତା ମାର୍ଚ୍ଚ 3ରୁ ରାଜ୍ୟ ସଡକ ଓ ପରିବହନ ବିଭାଗରେ ଲାଗୁ ହେବ ‘ମୋ ସରକାର’ । ଏନେଇ ଶନିବାର ସ୍ଥାନୀୟ ପାନ୍ଥ ନିବାସ ସମ୍ମିଳନୀ କକ୍ଷରେ ବିଭାଗ ପକ୍ଷରୁ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଛି । ଯେଉଁଥିରେ ସମସ୍ତ ଜିଲ୍ଲାର ଆରଟିଓ, ଏମଭିଆଇ ଓ ନୋଡାଲ ଅଫିସରମାନେ ଯୋଗ ଦେଇଥିଲେ ।

mo sarkar in transport department in march 3
ମାର୍ଚ୍ଚ 3ରୁ ପରିବହନ ବିଭାଗ ଲାଗୁହେବ ମୋ ସରକାର
author img

By

Published : Feb 23, 2020, 2:18 AM IST

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ 3ରୁ ରାଜ୍ୟ ସଡକ ଓ ପରିବହନ ବିଭାଗରେ ଲାଗୁ ହେବାକୁ ଯାଉଛି ‘ମୋ ସରକାର’ । ଏନେଇ ଶନିବାର ସ୍ଥାନୀୟ ପାନ୍ଥ ନିବାସ ସମ୍ମିଳନୀ କକ୍ଷରେ ବିଭାଗ ପକ୍ଷରୁ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଛି । ଯେଉଁଥିରେ ସମସ୍ତ ଜିଲ୍ଲାର ଆରଟିଓ, ଏମଭିଆଇ ଓ ନୋଡାଲ ଅଫିସରମାନେ ଯୋଗ ଦେଇଛନ୍ତି।

ମାର୍ଚ୍ଚ 3ରୁ ପରିବହନ ବିଭାଗ ଲାଗୁହେବ ମୋ ସରକାର

ଏଥିରେ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର, ପରିବହନ କମିଶନର ସଂଜୀବ ପଣ୍ଡା ଓ ଏସଆରଟିସି ସିଏମଡି ଅରୁଣ କୁମାର ବୋଥ୍ରା ପ୍ରମୁଖ ଯୋଗ ଦେଇ କିପରି ଲୋକମାନଙ୍କୁ ମୋ ସରକାର ଅନ୍ତର୍ଭୁକ୍ତ ସୁବିଧା ସୁଯୋଗ ହାତ ପାଆନ୍ତାରେ ଦିଆଯାଇପାରିବ ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ଏଥିସହ ଯଦି ଏଥିରେ କୌଣସି କର୍ମଚାରୀ ଅବହେଳା କରନ୍ତି ତେବେ ବିଭାଗ ପକ୍ଷରୁ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି କର୍ମଶାଳାରେ କୁହାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.