ETV Bharat / city

‘ମୋ ସରକାର’କୁ ଆସିଲା ରାଜସ୍ବ ବିଭାଗ, ଆରମ୍ଭ ହେଲା ଇ-ପାଉତି ମୋବାଇଲ ଆପ - ଇ-ପାଉତି ମୋବାଇଲ ଆପ

‘ମୋ ସରକାର’ରେ ସାମିଲ ହେଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ପୂର୍ବରୁ ୧୨ଟି ବିଭାଗ ‘ମୋ ସରକାର’ରେ ସାମିଲ ହୋଇଥିବା ବେଳେ ମାର୍ଚ୍ଚ 5 ସୁଦ୍ଧା ଆସିବ ସମସ୍ତ ବିଭାଗ ।

Mo sarakar
Mo sarakar
author img

By

Published : Feb 26, 2020, 8:04 PM IST

Updated : Feb 26, 2020, 9:29 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପଞ୍ଚମ ପାଳିରେ ପ୍ରଶାସନକୁ ଆହୁରି ଲୋକାଭିମୁଖୀ ଓ ସ୍ବଛ କରିବା ପାଇଁ ଆରମ୍ଭ କରିଥିଲେ ମୋ ସରକାର କାର୍ଯ୍ୟକ୍ରମ । ଯଦ୍ବାରା ବିଭାଗୀୟ ଅଧିକାରୀ ମାନେ ଲୋକଙ୍କୁ ସିଧା ସଳଖ ଫୋନ କରି ସୁବିଧା ସୁଯୋଗ ପଚାରି ବୁଝିବା ସହ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିପାରିବେ ।

‘ମୋ ସରକାର’କୁ ଆସିଲା ରାଜସ୍ବ ବିଭାଗ

ବୁଧବାର ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜସ୍ବ ବିଭାଗ ମୋ ସରକାର ଅଧିନକୁ ଆସିଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ସୁଦାମ ସୁଦାମ ମାରାଣ୍ଡି, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, 5‘ଟି’ ସଚିବ ଭିକେ ପାଣ୍ଡିଆନ, ରାଜସ୍ବ ସଚିବ ପି. କେ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ଇ-ପାଉତି ମୋବାଇଲ ଆପ । ଏହି ଆପ ମାଧ୍ଯମରେ ବିଭାଗୀୟ ସେବାକୁ ସରଳିକରଣ କରିବା ସହ ଇ-ସାର୍ଟିଫିକେଟ ପରି ଅନଲାଇନ ସୁବିଧା ସୁଯୋଗ ମିଳିବ ।

ପୂର୍ବରୁ ରାଜ୍ୟ ସରକାରଙ୍କ 12ଟି ବିଭାଗ ମୋ ସରକାର ଅଧିନକୁ ଆସିଥିବା ବେଳେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଆସିଛି ମୋ ସରକାର ଅଧିନକୁ । ମାର୍ଚ୍ଚ 5 ସୁଦ୍ଧା ସମସ୍ତ ବିଭାଗ ମୋ ସରକାର ଅଧିନକୁ ଆସିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 26, 2020, 9:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.