ETV Bharat / city

'ମୋ ସାଇକେଲ'କୁ ବର୍ଷେ - 'ମୋ ସାଇକେଲ'କୁ ବର୍ଷେ

'ମୋ ସାଇକେଲ'କୁ ବର୍ଷେ । ବର୍ଷକ ଭିତରେ ଲୋକଙ୍କ ମଧ୍ୟରେ, ବିଶେଷକରି ଯୁବପିଢିଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା ।

ଯୁବ ପିଢିଙ୍କ ଭିତରେ ବେଶ୍ ଆଦୃତ'ମୋ ସାଇକେଲ'
'ମୋ ସାଇକେଲ'କୁ ବର୍ଷେ
author img

By

Published : Nov 26, 2019, 11:05 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ସ୍ମାର୍ଟ ସାଇକେଲ୍ । 'ମୋ ସାଇକେଲ'କୁ ପୁରିଲା ବର୍ଷେ । ତେବେ ସାଧାରଣ ଲୋକଙ୍କ ଭିତରେ ସ୍ମାର୍ଟସିଟିରେ ସ୍ବଚ୍ଛ ପରିବେଶ ପାଇଁ ସଚେତନତା ସୃଷ୍ଟି କରିବା ତଥା ସହରକୁ ସରସ ସୁନ୍ଦର ରଖିବା ଏବଂ ସାଧାରଣ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଗମନାଗମନ ସୁବିଧା ଯୋଗାଇ ଦେବାକୁ ଆରମ୍ଭ ହୋଇଥିଲା ମୋ ସାଇକେଲ କାର୍ଯ୍ୟକ୍ରମ ।

'ମୋ ସାଇକେଲ'କୁ ବର୍ଷେ

ଏହା ବର୍ଷକ ଭିତରେ ଲୋକଙ୍କ ମଧ୍ୟରେ, ବିଶେଷକରି ଯୁବପିଢିଙ୍କ ଭିତରେ ବେଶ୍ ଆଦୃତ ହୋଇଥିଲା । ଏହାସହ ଭୁବନେଶ୍ବର ଭଳି ସହରରେ ମୋ ସାଇକେଲ ଗମନାଗମନର ଏକ ଗ୍ରହଣୀୟ ବ୍ୟବସ୍ଥା ହୋଇପାରିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ଭୁବନେଶ୍ବର: ସ୍ମାର୍ଟସିଟିରେ ସ୍ମାର୍ଟ ସାଇକେଲ୍ । 'ମୋ ସାଇକେଲ'କୁ ପୁରିଲା ବର୍ଷେ । ତେବେ ସାଧାରଣ ଲୋକଙ୍କ ଭିତରେ ସ୍ମାର୍ଟସିଟିରେ ସ୍ବଚ୍ଛ ପରିବେଶ ପାଇଁ ସଚେତନତା ସୃଷ୍ଟି କରିବା ତଥା ସହରକୁ ସରସ ସୁନ୍ଦର ରଖିବା ଏବଂ ସାଧାରଣ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଗମନାଗମନ ସୁବିଧା ଯୋଗାଇ ଦେବାକୁ ଆରମ୍ଭ ହୋଇଥିଲା ମୋ ସାଇକେଲ କାର୍ଯ୍ୟକ୍ରମ ।

'ମୋ ସାଇକେଲ'କୁ ବର୍ଷେ

ଏହା ବର୍ଷକ ଭିତରେ ଲୋକଙ୍କ ମଧ୍ୟରେ, ବିଶେଷକରି ଯୁବପିଢିଙ୍କ ଭିତରେ ବେଶ୍ ଆଦୃତ ହୋଇଥିଲା । ଏହାସହ ଭୁବନେଶ୍ବର ଭଳି ସହରରେ ମୋ ସାଇକେଲ ଗମନାଗମନର ଏକ ଗ୍ରହଣୀୟ ବ୍ୟବସ୍ଥା ହୋଇପାରିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ମୋ ସାଇକେଲକୁ ବର୍ଷେ।ସ୍ମାର୍ଟସିଟି ର ସ୍ମାର୍ଟ ସାଇକେଲକୁ ପୁରିଲା ବର୍ଷେ।


Body:ସ୍ମାର୍ଟସିଟିରେ ସ୍ମାର୍ଟ ସାଇକେଲ ,ମୋ ସାଇକେଲକୁ ପୁରିଲା ବର୍ଷେ।ସାଧାରଣ ଲୋକଙ୍କ ଭିତରେ ସ୍ମାର୍ଟସିଟିରେ ସ୍ୱଚ୍ଛ ପରିବେଶ ପାଇଁ ସଚେତନତା ସୃଷ୍ଟି କରିବା ତଥା ସହରକୁ ସରସ ସୁନ୍ଦର ରଖିବା ଏବଂ ସାଧାରଣ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଗମନାଗମନ ସୁବିଧା ଯୋଗାଇ ଦେବାକୁ ଆରମ୍ଭ ହୋଇଥିଲା ମୋ ସାଇକେଲ।ବର୍ଷକ ଭିତରେ ଏହା ଲୋକମାନଙ୍କ ଭିତରେ ,ବିଶେଷକରି ଯୁବ ପିଢିଙ୍କ ଭିତରେ ,ଭୁବନେଶ୍ୱର ଭଳି ବଢୁଥିବା ସହରରେ ମୋ ସାଇକେଲ ଗମନାଗମନର ଏକ ଗ୍ରହଣୀୟ ବ୍ୟବସ୍ଥା ହୋଇପାରିଛି।



ଠିକ ବର୍ଷକ ତଳେ ୨୦୧୮ ,୨୬ ନଭେମ୍ବରରେ ଆରମ୍ଭ ହୋଇଥିଲା ମୋ ସାଇକେଲ।ଏକ ଭବ୍ୟ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଶତାଧିକ ମୋ ସାଇକେଲ ଅରୋହୀଙ୍କୁ ପତାକା ଦେଖାଇ ,ଏହାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଲକ୍ଷ ଥିଲା ସ୍ମାର୍ଟସିଟିରେ ପରିବେଶକୁ ସୁସ୍ଥ ରଖିବା ,ଟ୍ରାଫିକ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା।ସ୍ୱଳ୍ପ ସମୟ ବ୍ୟବଧାନ ଭିତରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ପହଁଚିବା।ଆଉ ବର୍ଷକ ଭିତରେ ଦେଖନ୍ତୁ ଏହାର ସ୍ଥିତି।ଭୁବନେଶ୍ୱର ଭଳି ଏକ ବଢୁଥିବା ସହରର ପ୍ରାୟ ୨୦ ପ୍ରତିଶତ ଯୁବ ପିଢିଙ୍କ ଭିତରେ ମୋ ସାଇକେଲକୁ ନେଇକି ଆଗ୍ରହ।ଅଧିକାରୀ ମତରେ ବର୍ଷକ ଭିତରେ ଯୁବ ପିଢ଼ିଙ୍କି ଭିତରେ ସେତେଟା ଗ୍ରହଣୀୟ ହୋଇପାରିନାହିଁ।


ମୋ ସାଇକେଲ ଭୁବନେଶ୍ୱର ପାଇଁ ନୂଆ ଅନୁଭୂତି,ଭୁବନେଶ୍ୱରର ଭୌଗଳିକ ସ୍ଥିତି ମୋ ସାଇକେଲ ପାଇଁ ଏତେଟା ସହାୟକ ହୋଇପାରିନାହିଁ,ତିନୋଟି କମ୍ପାନୀର ମୋ ସାଇକେଲ ଥିବାରୁ ପରିଚାଳନା ପାଇଁ ଏକାଧିକ ଆପ ଯୋଗୁ ଡାଉନଲୋଡ଼ କରିବାରେ ଅସୁବିଧା ହେଉଛି,ସ୍ୱତନ୍ତ୍ର ଲେନ ନଥିବାରୁ ମୋ ସାଇକେଲ ଚଲେଇବା ବିପଦପୂର୍ଣ୍ଣ ତେଣୁ ମୋ ସାଇକେଲ ଆଖିଦୃଶିଆ ସଫଳତା ସାଉଁଟିପାରିନି ,ତେବେ ମୋ ସାଇକେଲ ଯୋଗୁ ଭୁବନେଶ୍ୱରରେ ପ୍ରାୟ ୨ ଲକ୍ଷ କାର୍ବନ ଏମିଶନକୁ ରୋକା ଯାଇପାରିଛି ଯଦ୍ୱାରା ପରିବେଶ ସୁରକ୍ଷିତ ରହିପାରିଛି ବୋଲି କୃଟର ମୁଖ୍ୟ ପରିଚାଳକ ଦୀପ୍ତି ମହାପାତ୍ର କହିଛନ୍ତି।


ବର୍ଷକ ଭିତରେ କିଛିଟା ସଫଳତା ସାଉଁଟିଛି ମୋ ସାଇକେଲ।ପ୍ରାୟ ୩୮୦ ଟି ମୋ ସାଇକେଲ ଷ୍ଟେସନ୍ସରେ ମୋ ସାଇକେଲ ସୁବିଧା ଉପଲବ୍ଧ । ଆପ ମୋବାଇଲ ବ୍ୟବହାରକାରୀଙ୍କ ବଢୁଛି ଆଗ୍ରହ ।କିନ୍ତୁ ଭୁବନେଶ୍ୱର ରାସ୍ତାର ଭିତ୍ତିଭୂମିର ଅଭାବ,ଟ୍ରାଫିକ ଲେନ ଏବଂ ଏକାଧିକ ଆପ ଦ୍ୱାରା ଏ ସାଇକେଲ ପରିଚାଳିତ ହେଉଥିବାରୁ ସାଧାରଣ ଲୋକଙ୍କ ଭିତରେ ଏହା ସେତେଟା ଗ୍ରହଣୀୟ ହୋଇପାରୁନାହିଁ।ଏହାକୁ ବ୍ୟବସ୍ଥିତ କରାଯିବାକୁ କହିଛନ୍ତି ବିଭାଗୀୟ ଅଧିକାରୀ।


ବିଦେଶୀ ଢାଞ୍ଚାରେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଆରମ୍ଭ ହୋଇଥିଲା ମୋ ସାଇକେଲ ,ଆଗକୁ ଏହାକୁ ବ୍ୟାପକ କରାଯିବ ବୋଲି ମତ ପ୍ରକାଶ ପାଇଛି।


ରାଜ୍ୟରେ ପ୍ରଥମକରି ପବ୍ଲିକ ବାଇକ ସେଐର (ପିବିଏସ )ଢାଞ୍ଚାରେ ଆରମ୍ଭ ହୋଇଥିଲା ମୋ ସାଇକେଲ ବ୍ୟବସ୍ଥା।ଭୁବନେଶ୍ୱରରେ ତିନୋଟି ଘରୋଇ କମ୍ପାନୀ ୟୁଲୁ,ହେକଶି ଏବଂ ୟୋୟାନା ଦ୍ୱାରା ୨୦୦୦ ମୋ ସାଇକେଲ ଵ୍ୟଵସ୍ଥା ପରିଚାଳିତ ହେଉଛି।ମୋଟ ୩୮୦ ଟି ଷ୍ଟେସନରେ ମୋ ସାଇକେଲ ସେବା ଉପଲବ୍ଧ । ଚାଳକଙ୍କ ପାଇଁ ୫୦ ଟଙ୍କାରେ ଏକ ମାସ ପର୍ଯ୍ୟନ୍ତ ଚଲେଇବାର ସୁବିଧା ମଧ୍ୟ ରହିଛି।






Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.