ETV Bharat / city

ଓଡିଶା ଦିବସ ଅବସରରେ ମୋ କଲେଜ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ - ଓଡ଼ିଶା ଦିବସ ଅବସରରେ ମୋ କଲେଜ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ମୋ କଲେଜ ଅଭିଯାନ ପକ୍ଷରୁ ଓଡ଼ିଶା ଦିବସ ଅବସରରେ ମୁଁ ଓଡ଼ିଆ, ମୁଁ ଗର୍ବିତ ଶୀର୍ଷକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହି ୧ ହଜାରରୁ ଅଧିକ ଅଂଶଗ୍ରହଣକାରୀ ଯୋଡ଼ି ହୋଇଥିଲେ । ଅଧିକ ପଢନ୍ତୁ

ଓଡ଼ିଶା ଦିବସ ଅବସରରେ ମୋ କଲେଜ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

author img

By

Published : Apr 1, 2022, 10:15 PM IST

ଭୁବନେଶ୍ବର: ‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ଓଡ଼ିଶା ଦିବସ’ ଅବସରରେ ‘ମୁଁ ଓଡ଼ିଆ, ମୁଁ ଗର୍ବିତ’ ଶୀର୍ଷକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଭର୍ଚୁଆଲରେ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହି ୧ ହଜାରରୁ ଅଧିକ ଅଂଶଗ୍ରହଣକାରୀ ଯୋଡ଼ି ହୋଇଥିଲେ । ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଓ ବର୍ତ୍ତମାନର ଛାତ୍ରଛାତ୍ରୀ ତଥା ବହୁ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ରାଜ୍ୟର ବିଭିନ୍ନ କଲେଜରେ ଥିବା ‘ମୋ କଲେଜ’ ସଂଯୋଜକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ଓଡ଼ିଶା ଦିବସ ଅବସରରେ ମୋ କଲେଜ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଓଡ଼ିଶା ଦିବସ ଅବସରରେ ମୋ କଲେଜ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ମୋ କଲେଜ ଅଭିଯାନ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଭିନବ ପରିକଳ୍ପନା । ଆଜି (ଶୁକ୍ରବାର) ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକୁ ଏହାର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଯୋଡ଼ି ଗୋଷ୍ଠୀ-ସହଭାଗିତା ଆଧାରରେ ଏହା ଏକ ବିରାଟ ଅଭିଯାନର ରୂପ ନେବାକୁ ଯାଉଛି । ତେଣୁ, ନିଜ ନିଜର କଲେଜ ସହ ଯୋଡ଼ିହୋଇ ଏହାର ସାମଗ୍ରିକ ବିକାଶ ପାଇଁ ହାତ ବଢ଼ାଇବାକୁ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଥିଲେ ।

ମୋ କଲେଜ ଅଭିଯାନ ଅଧୀନରେ ରାଜ୍ୟରେ ୭୫୦ରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନ ରହିଛି । ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ତଥା ରାଜ୍ୟ ସରକାରଙ୍କ ଅନୁଦାନ ଆଧାରରେ ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକର ଦୀର୍ଘସ୍ଥାୟୀ ବିକାଶ ପାଇଁ ‘ମୋ କଲେଜ’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି ୱେବିନାରରେ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ, ସିଓ୍ଵାଇଏସଡିର ସହପ୍ରତିଷ୍ଠାତା ଜଗଦାନନ୍ଦ, ଦୈନିକ ଖବରକାଗଜ ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସଞ୍ଜୟ କୁମାର ନାୟକ ବକ୍ତା ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ଏବଂ ଓଡ଼ିଆ ଜାତିର ସ୍ୱତନ୍ତ୍ର ପରିଚୟ ଉପରେ ଗୁରୁତ୍ୱ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.