ETV Bharat / city

OSSSC RI ପରୀକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ଗଡିବ 'ମୋ ବସ୍'

author img

By

Published : Aug 26, 2021, 4:26 PM IST

ରବିବାର ସଟଡାଉନରେ ଗଡ଼ିବ ମୋ ବସ। ଅଗଷ୍ଟ ୨୯ ତାରିଖ ରବିବାର ଦିନ ହେବାକୁ ଥିବା OSSSC RI ପରୀକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସହଜ ଯାତାୟତ ପାଇଁ କ୍ରୁଟ୍ ସ୍ୱତନ୍ତ୍ର ମୋ ବସ୍ ସେବା ଯୋଗାଇବ । ଅଧିକ ପଢନ୍ତୁ...

OSSSC RI ପରୀକ୍ଷା ପାଇଁ ଗଡିବ ସ୍ୱତନ୍ତ୍ର ମୋ ବସ୍

ଭୁବନେଶ୍ବର: ରବିବାର ସଟଡାଉନରେ ଗଡ଼ିବ ମୋ ବସ। ଅଗଷ୍ଟ ୨୯ ତାରିଖ ରବିବାର ଦିନ ହେବାକୁ ଥିବା OSSSC RI ପରୀକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସହଜ ଯାତାୟତ ପାଇଁ କ୍ରୁଟ୍ ସ୍ୱତନ୍ତ୍ର ମୋ ବସ୍ ସେବା ଯୋଗାଇବ । ଛାତ୍ରଛାତ୍ରୀଙ୍କ ପରୀକ୍ଷା ପୂର୍ବରୁ ଏବଂ ପରେ କିପରି ସଠିକ୍ ସମୟରେ ସେମାନେ ଯାତାୟତ କରିବେ, ଏନେଇ OSSSC RI ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ କ୍ରୁଟ୍ ଏଭଳି ନିଷ୍ପତ୍ତି ନେଇଛି ବୋଲି କ୍ରୁଟ୍‌ର ଜେନେରାଲ୍ ମ୍ୟାନେଜର୍ ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି ।

ତେବେ ଏହି ସମୟରେ ବସ୍‌ରେ ଯେତିକି ସିଟ୍ ସେତିକି ଯାତ୍ରୀଙ୍କୁ ଯାତାୟତ ପାଇଁ ଅନୁମତି ରହିଥିବାବେଳେ ମୋ ବସ୍‌ରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କ ପାଇଁ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ। ଏହି ସ୍ୱତନ୍ତ୍ର ମୋ ବସ୍ ସେବା ରୁଟ୍ ନମ୍ବର ୧୬, ୧୭, ୧୮, ୧୯, ୫୦ ଏବଂ ୭୦ରେ କେବଳ ଅଗଷ୍ଟ ୨୯ ତାରିଖ ତଥା ରବିବାର ଦିନ କାର୍ଯ୍ୟକ୍ଷମ ହେବ । ଏହି ପରୀକ୍ଷା ପରେ ଏବଂ ସପ୍ତାହାନ୍ତ ସଟ୍‌ଡ଼ାଉନ୍ ଦିନମାନଙ୍କରେ ମୋ ବସ୍ ସେବା ପୂର୍ବପରି ବନ୍ଦ ରହିବ । ଏହି ସେବା ରେଳଷ୍ଟେସନ୍ ଓ ବିମାନ ବନ୍ଦରରୁ କଟକ, ଖୋର୍ଦ୍ଧା ଜିଲ୍ଲାରେ ମୋ ବସ୍ ସେବା ଚାଲୁ ରହିବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.