ଭୁବନେଶ୍ବର: ଆସନ୍ତାକାଲି ଠାରୁ ସବୁ ରୁଟରେ ଚଳାଚଳ କରିବ ମୋ ବସ୍ । କେବଳ ରୁଟ ନଂ ୨୯ କୁ ଛାଡି ବାକି ସମସ୍ତ ରୁଟରେ ଗଡିବ ମୋ ବସ୍ । ସୋମବାର ଏନେଇ କୃଟ (CURT) ପକ୍ଷରୁ ସୂଚନା ଦିଆଯାଇଛି ।
![ଆସନ୍ତାକାଲି ସବୁ ରୁଟରେ ଗଡିବ ମୋ ବସ](https://etvbharatimages.akamaized.net/etvbharat/prod-images/9717726_337_9717726_1606744580886.png)
କ୍ୟାପିଟାଲ ଅର୍ବାନ ରିଜିୟନ ଟ୍ରାନ୍ସପୋର୍ଟ ପକ୍ଷରୁ ଭୁବନେଶ୍ବର, ପୁରୀ, କଟକ, କୋଣାର୍କ, ଖୋର୍ଦ୍ଧା ଓ ଜଟଣୀକୁ ଚଳାଚଳ କରୁଥିଲା ମୋ ବସ । କୋଭିଡ ସଂକ୍ରମଣ କାରଣରୁ ମୋ ବସ ସେବାକୁ ବିଭିନ୍ନ ରୁଟରେ ବନ୍ଦ କରଦିଆଯାଇଥିଲା ।
![ଆସନ୍ତାକାଲି ସବୁ ରୁଟରେ ଗଡିବ ମୋ ବସ](https://etvbharatimages.akamaized.net/etvbharat/prod-images/9717726_2_9717726_1606744602090.png)
ତେବେ ପୂର୍ବରୁ ମେ ମାସରେ ୭ଟି ରୁଟରେ ୪୦ ବସ, ଜୁନ୍ ମାସରେ ୭ ଟି ରୁଟରେ ୬୬ ବସ, ଜୁଲାଇ ମାସରେ ୮ଟି ରୁଟରେ ୬୬ ବସ, ସେପ୍ଟେମ୍ବର ୨୭ ତାରିଖରେ କୋଣାର୍କ ଓ ପୁରୀକୁ ନୂଆ ରୁଟ ଭାବେ ବସ ଚଳାଚଳ, ନଭେମ୍ବର ୧୭ ଟି ରୁଟରେ ୧୦୯ ବସ ଏବଂ ଡିସେମ୍ବରରେ ୨୨ ରୁଟକୁ ମିଶାଇ ମୋଟ ୧୪୪ ମୋ ବସଚଳାଚଳ କରିବ । ମୋ ବସରେ ଯାତ୍ରା କରିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।
![ଆସନ୍ତାକାଲି ସବୁ ରୁଟରେ ଗଡିବ ମୋ ବସ](https://etvbharatimages.akamaized.net/etvbharat/prod-images/9717726_875_9717726_1606744619173.png)
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ