ଭୁବନେଶ୍ବର: ସ୍ମାର୍ଟସିଟିର ଲାଇଫ ଲାଇନ କୁହାଯାଉଥିବା ‘ମୋ ବସ’ ଏବେ ସମସ୍ତ ୨୩ ରୁଟରେ । କୋଭିଡ କଟକଣା ପରେ ସ୍ୱାଭାବିକ ହୋଇଛି ଜୀବନଯାତ୍ରା । ଭୁବନେଶ୍ୱରରେ କୃଟ ପକ୍ଷରୁ ସମସ୍ତ ୨୩ ଟି ରୁଟରେ ଗଡ଼ିଲା ମୋ ବସ । ସୋମବାର ଠାରୁ ସମସ୍ତ ୨୩ ଟି ରୁଟରେ ୧୫୯ ଟି ବସ ଗଡ଼ିଲା ।
କୋଭିଡ ସଂକ୍ରମଣ ସମୟରେ 2020 ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ମୋ ବସ ସେବା ବନ୍ଦ ଥିଲା । ମେ’ ରୁ ପ୍ରାୟ ୭ ଟି ରୁଟରେ ୪୦ ଟି ମୋ ବସ କୋଭିଡ କଟକଣା ମଧ୍ୟରେ ଚାଲୁଥିଲା । ପରେ ୨୨ ଟି ରୁଟରେ ୧୪୪ ଟି ମୋ ବସ ଗଡ଼ିଲା । ତେବେ ସଂକ୍ରମଣ ହ୍ରାସ ପାଇବାରୁ ଏବେ କୃଟ ପକ୍ଷରୁ ସମସ୍ତ ୨୩ ଟି ରୁଟରେ ୧୫୯ ଟି ମୋ ବସ ଗଡ଼ିଲା ।
ଭୁବନେଶ୍ୱରରୁ ଖୋର୍ଦ୍ଧା, ଭୁବନେଶ୍ୱରରୁ କଟକ, ଭୁବନେଶ୍ୱରରୁ ପୁରୀ, ଭୁବନେଶ୍ୱରରୁ କୋଣାର୍କ, ଭୁବନେଶ୍ୱରରୁ ଜଟଣୀ ଏବଂ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳକୁ ମୋ ବସ ଚଳାଚଳ କରୁଛି । ସମସ୍ତ ଯାତ୍ରୀ ମୋ ବସରେ ଯାତ୍ରା ବେଳେ ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ବଜାୟ ରଖିବା ବାଧ୍ୟତାମୂଳକ । ସୂଚନା ଅନୁଯାୟୀ ଏବେ ସମସ୍ତ ୨୩ ଟି ରୁଟ ରେ ୧୫୯ ଟି ବସ ଗଡ଼ିଲା, ଆଗକୁ ୨୦୦ ବସ ଚଳାଚଳ କରିବ । ଏବେ ଦୈନିକ ୫୦,୦୦୦ ରୁ ଊର୍ଦ୍ଧ୍ବ ଯାତ୍ରୀ ମୋ ବସ ରେ ଯାତ୍ରା କରୁଛନ୍ତି ।