ETV Bharat / city

ସ୍ମାର୍ଟ ସହରରୁ ଚାନ୍ଦୁଆ ସହରକୁ ଗଡ଼ିବ ‘ମୋ ବସ’ - ମୋ ବସ

ଚାନ୍ଦୁଆ ସହର ପିପିଲିକୁ ଗଡିବ ମୋ ବସ। ଭୁବନେଶ୍ୱର ରୁ ପିପିଲିକୁ ଚଳାଚଳ କରିବ ମୋ ବସ। ଅଧିକ ପଢନ୍ତୁ..

ସ୍ମାର୍ଟ ସହରରୁ ଚାନ୍ଦୁଆ ସହରକୁ ଗଡ଼ିବ ‘ମୋ ବସ’

author img

By

Published : Jun 22, 2020, 5:16 PM IST

ଭୁବନେଶ୍ବର: ସ୍ମାର୍ଟସିଟିରୁ ଚାନ୍ଦୁଆ ସହରକୁ ଗଡିବ ମୋ ବସ। ଭୁବନେଶ୍ୱରରୁ ପିପିଲିକୁ ଚଳାଚଳ କରିବ ମୋ ବସ। ୩୩ନଂ ରୁଟରେ ଗଡ଼ିବ ମୋ ବସ। ସେପଟେ ବସ ଭଡ଼ା ୩୦ ଟଙ୍କା ରହିବା ନେଇ ମଧ୍ୟ ଭଡ଼ା ଧାର୍ଯ୍ୟ ହୋଇଛି ।

ସ୍ମାର୍ଟ ସହରରୁ ଚାନ୍ଦୁଆ ସହରକୁ ଗଡ଼ିବ ‘ମୋ ବସ’
ସାଧାରଣ ଲୋକଙ୍କ ଗମନାଗମନ ସୁବିଧା ପାଇଁ ଭୁବନେଶ୍ୱର ଠାରୁ ବିଶ୍ବ ବିଖ୍ୟାତ ଚାନ୍ଦୁଆ ସହର ପିପିଲି ପର୍ଯ୍ୟନ୍ତ ମୋ ବସ ସେବା ଯୋଗାଇ ଦିଆଯିବ। କୃଟ କର୍ତ୍ତୃପକ୍ଷ ଏନେଇ ସୋମବାର ସୂଚନା ଦେଇଛନ୍ତି । ଆସନ୍ତା ୨୩ ତାରିଖ ମଙ୍ଗଳବାର ଠାରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିଂନ ଠାରୁ ପିପିଲି ପର୍ଯ୍ୟନ୍ତ ରୁଟ ନଂ ୩୩ ରେ ଗଡିବ ମୋ ବସ ।

ପରୀକ୍ଷଣ ଆଧାରରେ ୨୩ ତାରିଖରେ ମୋ ବସ ଗଡିବ । ବୁଧବାର ୨୪ ଜୁନ ଠାରୁ ସମ୍ପୂର୍ଣ୍ଣ ଭାବେ ଚଳାଚଳ କରିବ ମୋ ବସ । ସକାଳ ୭ ଟା ରୁ ୧୨ ଟା ମଧ୍ୟରେ ଏବଂ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ୪୦ ମିନିଟ ବ୍ୟବଧାନ ମଧ୍ୟରେ ଗଡିବ ମୋ ବସ। ଏହି ରୁଟକୁ ସମୁଦାୟ ୪ଟି ବସ ଚଳାଚଳ କରିବ। ମୋଟ ୨୪ କିମି ଦୂରତା ମଧ୍ୟରେ ୩୩ ଟି ବସ ଷ୍ଟପରେ ରହିବ ଏହି ବସ। ପ୍ରତ୍ୟେକ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କୌଣସି ଯାତ୍ରୀ ଛିଡା ହୋଇ ଯାଇପାରିବେ ନାହିଁ ବୋଲି କୃଟ ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.