ETV Bharat / city

ଆସନ୍ତା ୩୧ ମାର୍ଚ୍ଚ ଯାଁଏ କମିଲା 'ମୋ ବସ' ଭଡା

author img

By

Published : Jan 29, 2020, 5:47 PM IST

ଶୀତତାପ ନିୟନ୍ତ୍ରିତ 'ମୋ ବସ'ର ଭଡାକୁ ଆସନ୍ତା 2 ମାସ ପର୍ଯ୍ୟନ୍ତ ସ୍ଥିର ରଖିବାକୁ ନିଷ୍ପତି ହୋଇଛି । ଏହାକୁ ଆସନ୍ତା ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

bus fare
କମିଲା 'ମୋ ବସ' ଭଡା

ଭୁବନେଶ୍ବର: 'ମୋ ବସ' ଯାତ୍ରୀଙ୍କ ପାଇଁ ଖୁସି ଖବର । ଶୀତତାପ ନିୟନ୍ତ୍ରିତ 'ମୋ ବସ'ର ଭଡାକୁ ଆସନ୍ତା 2 ମାସ ପର୍ଯ୍ୟନ୍ତ ସ୍ଥିର ରଖିବାକୁ ନିଷ୍ପତି ହୋଇଛି । ଏହାକୁ ଆସନ୍ତା ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଭୁବନେଶ୍ବରରେ ଲାଇଫ ଲାଇନ କୁହାଯାଉଥିବା 'ମୋ ବସ' ଯାତ୍ରୀଙ୍କ ଦୈନଦିନ ଯାତ୍ରାକୁ ସୁଗମ କରିବା ପାଇଁ କ୍ରୁଟ ପକ୍ଷରୁ କ୍ରୁଟ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏସି ବସ ଭଡା ଡିସେମ୍ବର ମାସରେ ୩୮ ପ୍ରତିଶତ କମ କରାଯାଇ ଥିବାବେଳେ ଏହାକୁ ଆସନ୍ତା ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଯାତ୍ରୀ ମାନଙ୍କର ସୁବିଧା ପ୍ରଥମ ଲକ୍ଷ୍ୟ ହେବା ସହ ପ୍ରଦୂଷଣମୁକ୍ତ ମହାନଗର ପାଇଁ କ୍ରୁଟ ପ୍ରତିଶ୍ରୁତିବଦ୍ଧ। ଗତ ଦୁଇ ମାସରେ ଦୈନଦିନ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି। ନଭେମ୍ବରରେ ପ୍ରତିଦିନ ୮୪ ହଜାର ଯାତ୍ରୀ 'ମୋ ବସ' ସେବା ବ୍ୟବହାର କରିଥିବାବେଳେ ୧୧.୭୫ ଲକ୍ଷ ଯାତ୍ରୀଭଡା ଆଦାୟ କରାଯାଇଥିଲା।

ନଭେମ୍ବରରେ ଶୀତତାପ ନିୟନ୍ତ୍ରିତ 'ମୋ ବସ' ରେ ୪ ଲକ୍ଷ ୩୦ ହଜାର ଯାତ୍ରୀ ଯାତ୍ରା କରିଥିଲେ । ଯାହା ଡିସେମ୍ବରରେ ୫ ଲକ୍ଷ ୫୦ ହଜାରରେ ପହଞ୍ଚିଥିଲା । ତେବେ ଜାନୁଆରୀ ମାସରେ ଏସି ବସ ଯାତ୍ରୀ ସଂଖ୍ୟା ୯ ପ୍ରତିଶତ ବଢି ୨୭ ଜାନୁଆରୀ ସୁଦ୍ଧା ୪ ଲକ୍ଷ ୭୦ ହଜାରରେ ପହଁଚିଛି ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର।ମୋ ବସ ଏସି ରିହାତି ଭଡା ସୁବିଧା ଜାରି ରହିବ।

Body:ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର।ଭୁବନେଶ୍ୱର ଲାଇଫ ଲାଇନ କୁହାଯାଉଥିବା ମୋ ବସ ବାର୍ତାନୁକୂଲିତ ବସ ଭଡାକୁ ଆସନ୍ତା ୨ ମାସ ପାଇଁ ସ୍ଥିର ରଖିବ ବୋଲି କ୍ରୁଟ କତ୍ତୃପକ୍ଷ ନିର୍ଦେଶନମା ଜାରି କରିଛନ୍ତି।ମୋ ବସ ଯାତ୍ରୀଙ୍କ ଦୈନନ୍ଦିନ ସୁଗମ ପରିଚାଳନା କରିବା ପାଇଁ କ୍ରୁଟ ପକ୍ଷରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କୃଟ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର।ଏସି ବସଭଡା ଡିସେମ୍ବର ମାସରେ ୩୮ପ୍ରତିଶତ କମ କରାଯାଇଥିଲା ଏବଂ ତାହା ଆସନ୍ତା ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ସେବା ଜାରି ରହିବ।

ଯାତ୍ରୀ ମାନଙ୍କର ସୁବିଧା ପ୍ରଥମ ଲକ୍ଷ,ଏବଂ ପ୍ରଦୂଷଣ ମୁକ୍ତ ମହାନଗର ପାଇଁ କ୍ରୁଟ ପ୍ରତିଶ୍ରୁତିବଦ୍ଧ।ଗତ ଦୁଇ ମାସରେ ଦୈନନ୍ଦିନ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି।ଯାତ୍ରୀମାନେ ବାର୍ତାନୁକୂଲିତ ଭଡା କମ ହେବା ପଦକ୍ଷେପ କୁ ବହୁତ ଅପଣେଇଛନ୍ତି।ନଭେମ୍ବର ମାସରେ ପ୍ରତ୍ୟକ ଦିନ ୮୪ ହଜାର ଯାତ୍ରୀ ମୋ ବସ ସେବା ବ୍ୟବହାର କରିଥିଲେ ଏବଂ ୧୧.୭୫ଲକ୍ଷ ଯାତ୍ରୀଭଡା ଆଦାୟ କରିବାରେ ସକ୍ଷମ ହୋଇଛି।ନଭେମ୍ବର ମାସରେ ଶୀତତାପ ନିୟନ୍ତ୍ରିତ ମୋ ବସ ରେ ୪ ଲକ୍ଷ ୩୦ ହଜାର ଯାତ୍ରୀ ଯାତ୍ରା କରିଥିଲେ,ଯାହା ଡିସେମ୍ବର ମାସରେ ୫ ଲକ୍ଷ ୫୦ ହଜାର ରେ ପହଂଚିଛି।ଜାନୁଆରୀ ମାସରେ ଏସି ବସ ଯାତ୍ରୀ ସଂଖ୍ୟା ୯ ପ୍ରତିଶତ ବଢି ୨୭ ଜାନୁଆରୀ ସୁଦ୍ଧା ୪ ଲକ୍ଷ ୭୦ ହଜାରରେ ପହଁଚିଛି ବୋଲି କୃଟ ପକ୍ଷରୁ ସୂଚନା ଦିଆଯାଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.