ETV Bharat / city

ବିଧାୟକଙ୍କୁ ମିଳିଲା ଶିକ୍ଷକ ବଦଳି କ୍ଷମତା, ସର୍ବାଧିକ 10ଙ୍କୁ କରିପାରିବେ ବଦଳି

author img

By

Published : Oct 3, 2021, 12:21 PM IST

ଏଣିକି ଶିକ୍ଷକଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିପାରିବେ ବିଧାୟକ । କିନ୍ତୁ କିଛି ନିର୍ଦ୍ଦିଷ୍ଟ ନିୟମାବଳୀକୁ ମାନି ବିଧାୟକ ନାମ ସୁପାରିଶ କରିବେ । ଅଧିକ ପଢନ୍ତୁ...

ବିଧାୟକଙ୍କୁ ମିଳିଲା ଶିକ୍ଷକ ବଦଳି କ୍ଷମତା, ସର୍ବାଧିକ 10ଙ୍କୁ କରିପାରିବେ ବଦଳି
ବିଧାୟକଙ୍କୁ ମିଳିଲା ଶିକ୍ଷକ ବଦଳି କ୍ଷମତା, ସର୍ବାଧିକ 10ଙ୍କୁ କରିପାରିବେ ବଦଳିବିଧାୟକଙ୍କୁ ମିଳିଲା ଶିକ୍ଷକ ବଦଳି କ୍ଷମତା, ସର୍ବାଧିକ 10ଙ୍କୁ କରିପାରିବେ ବଦଳି

ଭୁବନେଶ୍ବର: ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ ବିଧାୟକ । ସର୍ବାଧିକ 10 ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ ବିଧାୟକ । 2021-22 ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି ପ୍ରକ୍ରିୟାରେ ବିଧାୟକମାନଙ୍କୁ ସାମିଲ କରାଯାଇଛି ବୋଲି ସୂଚନା ମିଳିଛି ।

ଜିଲ୍ଲା ସଂପୃକ୍ତ କଲେକ୍ଟରକୁ ଶିକ୍ଷକ ସ୍ଥାନାନ୍ତର କରିବା ପାଇଁ ସୁପାରିଶ କରିପାରିବେ ବିଧାୟକ। ବିଧାୟକମାନେ ଯୁକ୍ତିଯୁକ୍ତ ନୀତିର ଉଲ୍ଲଘଂନ କରିବା ଉଚିତ ନୁହେଁ । ଜରୁରୀ ଆବଶ୍ୟକତା ଥିବା ଶିକ୍ଷକମାନଙ୍କୁ ପ୍ରାଥମିକତା ଦିଆଯିବା ଉଚିତ । କୌଣସି ଶିକ୍ଷକଙ୍କୁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତର କରିପାରିବେ ନାହିଁ । ବଦଳି କେବଳ ସମ୍ପୃକ୍ତ ଜିଲ୍ଲା ଭିତରେ ପାଳନ କରିବାକୁ ପଡ଼ିବ। ଜଣେ ଶିକ୍ଷକ ଚାହିଁଲେ ବି ବାହାର ଜିଲ୍ଲାକୁ ବଦଳି ହୋଇ ଯାଇପାରିବେ ନାହିଁ ।

ଏମିତିକି ଗ୍ରାମାଞ୍ଚଳରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସହରାଞ୍ଚଳ ବିଦ୍ୟାଳୟକୁ ବଦଳି ପାଇଁ ଅନୁମତି ଦିଆଯିବ ନାହିଁ । ନାମ ସୁପାରିଶ ସମୟରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ ଥିବା କଟକଣାକୁ ରାଜ୍ୟ ସରକାର କୋହଳ କରିଛନ୍ତି । 2021-22 ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି ପ୍ରକ୍ରିୟାରେ ବିଧାୟକମାନଙ୍କୁ ସାମିଲ କରାଯାଇଛି । ଜଣେ ବିଧାୟକ ଚାହିଁଲେ 10 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷକଙ୍କ ବଦଳି କରିପାରିବେ।

ଏନେଇ ସେପ୍ଟେମ୍ବର 22 ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପସଚିବ ଲକ୍ଷ୍ମୀକାନ୍ତ ଆଚାର୍ଯ୍ୟ ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ କୁହାଯାଇଛି ଯେ ବିଧାୟକମାନେ ନିଜ ତରଫରୁ 10 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଜିଲ୍ଲାପାଳଙ୍କୁ ସୁପାରିସ କରିପାରିବେ। ତେବେ ଏହି ସୁପାରିସ ବେଳେ କେତେକ ନିର୍ଦ୍ଦିଷ୍ଟ ନିୟମ ମାନିବାକୁ ପଡ଼ିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.