ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି ଓଡିଶାର ବିକାଶ ପାଇଁ ଯଦି ବିଦେଶ ଯାଉଛନ୍ତି ତାହେଲେ ଏହା ସ୍ଵାଗତଯୋଗ୍ୟ । ବିଦେଶ ଯିବା ପାଇଁ ଯେଉଁ ଖର୍ଚ୍ଚ ହେଉଛି ଗରିବ ଲୋକମାନଙ୍କ ଟ୍ୟାକ୍ସ ପଇସାରେ ।
ଦଶବର୍ଷ ତଳେ ମଧ୍ୟ ଯାଇଥିଲେ ହଜାର ହଜାର କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ଆଣିବାକୁ । କଣ ଲାଭ ହେଲା ? ମୁଖ୍ୟ ମନ୍ତ୍ରୀ ବିଦେଶ ଯାଆନ୍ତୁ କିନ୍ତୁ ମେକ ଇନ ଓଡିଶାରେ କେତେ ଖର୍ଚ୍ଚ କଲେ କିଛି ଲାଭ ହେଲାନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଯାଆନ୍ତୁ ହେଲେ କେମିତି ଇନଭେଷ୍ଟମେଣ୍ଟ ହେବ ତାର ବ୍ୟବସ୍ଥା କରନ୍ତୁ ବୋଲି ତାରା କହିଛନ୍ତି । ସେହିପରି ରାଜ୍ଯରେ ଯେଉଁ ବେକାର ଯୁବକ ଯୁବତୀ ମାନେ ଅଛନ୍ତି ତାଙ୍କୁ କିପରି ଭାବେ ନିଯୁକ୍ତି ମିଳିବ ସେ କଥା ଦେଖନ୍ତୁ ।
ଇଟିଭି ଭାରତ, ଭୁବନେଶ୍ବର