ETV Bharat / city

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା; CBI ତଦନ୍ତ ଦାବି କଲା କଂଗ୍ରେସ - ମମିତା ମେହେର ନିଖୋଜ କେସରେ ସିବିଆଇ ତଦନ୍ତ ଦାବି କଲେ ସୁର

କଳାହାଣ୍ଡି ମହାଲିଙ୍ଗ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲା । ଘଟଣାରେ ସିବିଆଇ ତଦନ୍ତ ଦାବି କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ...

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାର CBI ତଦନ୍ତ ଦାବି କଲେ ସୁର

author img

By

Published : Oct 19, 2021, 1:46 PM IST

ଭୁବନେଶ୍ବର: ଶିକ୍ଷୟିତ୍ରୀ ମମିତା ମେହେରା ନିଖୋଜ ମାମଲାରେ ହୁଲୁସ୍ତୁଲ ସାରା ରାଜ୍ୟ । ଏହି ନିଖୋଜ ଘଟଣାକୁ ଦୀର୍ଘ ୧୧ ଦିନ ବିତିଥିଲେ ବି ମାମଲାର ଟେର୍ ପାଉନି ପୋଲିସ । ସେପଟେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସମ୍ପୃକ୍ତ ନେଇ ଅଭିଯୋଗ ହେବା ପରେ ଏବେ ରାଜ୍ୟ ରାଜନୀତିରେ ଝଡ ଉଠିଛି । ବିରୋଧୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାବେଳେ ସିବିଆଇ ତଦନ୍ତ ଓ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସଙ୍ଗଠନ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଅଭିଯୁକ୍ତ ଗୋବିନ୍ଦ ସାହୁ ହାଜତରୁ ଫେରାର ହୋଇଯିବା ନେଇ ସୁର କହିଛନ୍ତି, ଅଭିଯୁକ୍ତକୁ ଜାଣିଶୁଣି ଖସାଇ ଦିଆଯାଇଛି । ଏଥିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତୁରନ୍ତ ତାହାର ପର୍ଦ୍ଦାଫାସ କରାଯାଉ ଏବଂ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ।

ଉଲ୍ଲେଖଯୋଗ୍ୟ, କଳାହାଣ୍ଡି ମହାଲିଙ୍ଗ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.