ETV Bharat / city

Sura Routray: କୋରୋନାରୁ ସୁସ୍ଥ ହେଲେ ସୁର

author img

By

Published : Nov 26, 2021, 2:48 PM IST

Updated : Nov 26, 2021, 3:03 PM IST

କୋରୋନାରୁ ସୁସ୍ଥ ହେଲେ ବିଧାୟକ ସୁର ରାଉତରାୟ (Jatani MLA Sura Routray) । ଏବେ ସମ୍ପୂର୍ଣ୍ଣ ଫିଟ ଥିବା କହିଲେ ସୁର । ଗତ ନଭେମ୍ବର ୧୭ ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇଥିଲା ଜଟଣୀ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ

କୋରୋନାରୁ ସୁସ୍ଥ ହେଲେ ସୁର
କୋରୋନାରୁ ସୁସ୍ଥ ହେଲେ ସୁର

ଭୁବନେଶ୍ବର: କୋରୋନାରୁ ସୁସ୍ଥ ହେଲେ ବିଧାୟକ ସୁର ରାଉତରାୟ । ମହାପ୍ରଭୁଙ୍କ କୃପାରୁ ଆଜି ସୁସ୍ଥ (sura routray recovers from corona) ହୋଇଛି । ଏବେ ସମ୍ପୂର୍ଣ୍ଣ ଫିଟ ଥିବା କହିଲେ ସୁର । ଗତ ନଭେମ୍ବର ୧୭ ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇଥିଲା ଜଟଣୀ ବିଧାୟକ ସୁର ରାଉତରାୟ ।

କୋରୋନାରୁ ସୁସ୍ଥ ହେଲେ ସୁର

କୋରୋନା ସମୟରେ ସାତ ଦିନ ଘରେ ରହିବା ଜେଲଠୁ ବି ଅଧିକ ପୀଡ଼ାଦାୟକ । ସେ ସମୟର ଦୁଃଖ ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି ସୁର ରାଉତରାୟ । 10 ଦିନ ପରେ ସୁର ଆଜି କଂଗ୍ରେସ ଭବନ ଆସି କଂଗ୍ରେସ କର୍ମୀଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: କୋରୋନାରେ ସଂକ୍ରମିତ ହେଲେ ସୁର

କୋରୋନାର ପ୍ରଥମ ଓ ଦ୍ବିତୀୟ ଲହରକୁ ନେଇ ନିଜ ମନ୍ତବ୍ୟ ପାଇଁ ସେ ବେଶ ଚର୍ଚ୍ଚାରେ ଥିଲେ । ଦୁଇଟି ଲହରର ମୁକାବିଲା ପରେ କୋରୋନା କବଳରେ ଆସିଥିଲେ ସୁର । ନଭେମ୍ବର ୧୭ ତାରିଖରେ ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାର ୩ ଦିନ ପୂର୍ବରୁ ତାଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିଲା । ଯାହା ପଜିଟିଭି ଆସିଥିଲା । ଏହା ପରେ ସେ ସଙ୍ଗରୋଧରେ ଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 26, 2021, 3:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.