ଭୁବନେଶ୍ବର : ପଞ୍ଜାବରେ ଏକ ସଭାକୁ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଦୀର୍ଘ ସମୟ ଅଟକି ରହିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢିବାର ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଏନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।
ପ୍ରଧାନମନ୍ତ୍ରୀଙ୍କ ସମ୍ମାନ ସାରା ଦେଶର ସମ୍ମାନ। ତେଣୁ ତାଙ୍କ କାରକେଡ ଏଭଳି ବିଳମ୍ବ ହେବା ଠିକ ହୋଇନାହିଁ। ଏନେଇ ତଦନ୍ତ ହେଉ ।ଯେଉଁମାନେ ଦୋଷୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ