ଭୁବନେଶ୍ବର: ପୌର ନିର୍ବାଚନକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ପୁଣି ଥରେ ବଡ ଦମ୍ଭୋକ୍ତି ଦେଖାଇଛନ୍ତି । ସୁର କହିଛନ୍ତି ପୌର ନିର୍ବାଚନ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଭୁବନେଶ୍ବର ମହାନଗରରେ ଦଳ ସେତେଟା ଭଲ କରିବ ନାହିଁ । କିନ୍ତୁ ରାଜ୍ୟପେ 13 ରୁ 14 ପୌରାଞ୍ଚଳ ଦଖଲ କରିବ । ପୁଣି ଥରେ ବିଜେଡି ବିରୋଧରେ ଅଭିଯୋଗ ଆଣି ସୁର କହିଛନ୍ତି ବିଜେଡି ବ୍ୟାପକ ଟଙ୍କା କାରବାର କରୁଛି । ବିଡା ବିଡା ଟଙ୍କା ବାଣ୍ଟୁଛି । ଭୋଟ ପ୍ରତି ୩ ରୁ ୫ ହଜାର ଟଙ୍କା ଦିଆଯାଉଛି । ଏଭଳି ଟଙ୍କା ବଣ୍ଟା ଯିବା ଇତିହାସରେ କେବେ ହୋଇନଥିଲା ବୋଲି କହିଛନ୍ତି ସୁର ।
ସୂଚନା ଥାଉକି, ଆସନ୍ତାକାଲି(ଗୁରୁବାର)ଠୁ ରାଜ୍ୟରେ ପୌର ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାତି ପାହିଲେ ପୌର ଭୋଟ ପଡିବାକୁ ଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୋଲିଂ ପାର୍ଟି ବୁଥରେ ପହଞ୍ଚିଲେଣି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ