ETV Bharat / city

କଣ୍ଟାବାଞ୍ଜିରେ ଟଙ୍କା ଜବତ ଘଟଣାକୁ ନେଇ ନରସିଂହ ମିଶ୍ରଙ୍କ ମନ୍ତବ୍ୟ - କଣ୍ଟାବାଞ୍ଜିରେ ଟଙ୍କା ଜବତ ଘଟଣା

କଣ୍ଟାବାଞ୍ଜିରେ ଟଙ୍କା ଜବତ ଘଟଣାକୁ ନେଇ ନରସିଂହ ମିଶ୍ରଙ୍କ ମନ୍ତବ୍ୟ । ନରସିଂହ କହିଛନ୍ତି ଟଙ୍କା ଜବତ ବେଳେ ସେଠି ଯେତିକି ଟଙ୍କା ମିଳିଛି ପରେ ସେତିକି ଟଙ୍କା ଦେଖାଯାଇନି । ଘଟଣା ଦିନକୁ ଦିନ ଜଟିଳ ହେଉଛି । ସତ କୋଉଟା । ଟଙ୍କା ହେରଫେର କିଏ କଲା ? ଡିଜିଙ୍କ ଅଫିସରୁ ସ୍ପେଶାଲ ଟିମ ଯାଇ ତଦନ୍ତ କଲେ ସତ ସାମ୍ନାକୁ ଆସିବ । ଏଭଳି କାମ ସେଠି ସବୁବେଳେ ହେଉଛି । ଏବେ ଧରା ପଡିବା ପରେ ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

କଣ୍ଟାବାଞ୍ଜିରେ ଟଙ୍କା ଜବତ ଘଟଣାକୁ ନେଇ ନରସିଂହ ମିଶ୍ରଙ୍କ ମନ୍ତବ୍ୟ

author img

By

Published : Sep 22, 2022, 11:10 PM IST

ଭୁବନେଶ୍ବର: କଣ୍ଟାବାଞ୍ଜି ଘଟଣାକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ମୁହଁ ଖୋଲିଛନ୍ତି । ନରସିଂହ କହିଛନ୍ତି ଟଙ୍କା ଜବତ ବେଳେ ସେଠି ଯେତିକି ଟଙ୍କା ମିଳିଛି ପରେ ସେତିକି ଟଙ୍କା ଦେଖାଯାଇନି । ଘଟଣା ଦିନକୁ ଦିନ ଜଟିଳ ହେଉଛି । ସତ କୋଉଟା । ଟଙ୍କା ହେରଫେର କିଏ କଲା ? ଡିଜିଙ୍କ ଅଫିସରୁ ସ୍ପେଶାଲ ଟିମ ଯାଇ ତଦନ୍ତ କଲେ ସତ ସାମ୍ନାକୁ ଆସିବ । ଏଭଳି କାମ ସେଠି ସବୁବେଳେ ହେଉଛି । ଏବେ ଧରା ପଡିବା ପରେ ଘଟଣା ସାମ୍ନାକୁ ଆସିଛି ।

କଣ୍ଟାବାଞ୍ଜିରେ ଟଙ୍କା ଜବତ ଘଟଣାକୁ ନେଇ ନରସିଂହ ମିଶ୍ରଙ୍କ ମନ୍ତବ୍ୟ

ନରସିଂହ କହିଛନ୍ତି ଆଇନ ଅନୁସାରେ ତର୍ଜମା କଲେ FIR କରିଥିବା ଅଫିସର ହିଁ ପ୍ରଥମେ ଉତ୍ତର ଦାୟୀ । ସନ୍ଦେହ ସମସ୍ତ ଅଫିସରଙ୍କ ଉପରେ ହେଉଛି । ପ୍ରଶ୍ନ ଉଠୁଛି ଏସପି ତଦନ୍ତକାରୀ ଅଫିସରଙ୍କୁ ସସପେଣ୍ଡ କାହିଁକି ଏପର୍ଯ୍ୟନ୍ତ କରୁନାହାଁନ୍ତି । ନିୟମ ରକ୍ଷାକାରୀ ଯଦି ନିୟମ ଭାଙ୍ଗିବେ ସେଠି ତଦନ୍ତ ସହଜ ହେବନାହିଁ । ସମୟ ପଛେ ଲାଗୁ ସତ୍ୟ ଉନ୍ମୋଚିତ ହେଉ । ଭୁବନେଶ୍ବରରୁ ଟିମ ଯାଇ ନିରପେକ୍ଷ ତଦନ୍ତ କରାଯିବା ଜରୁରୀ । ମଣିଷ କିଣା ବନ୍ଦ ହେଉ ବୋଲି ନରସିଂହ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଲଜରୁ 58 ଲକ୍ଷ ଟଙ୍କା ଜବତ ଘଟଣା, ବଦଳିଲେ କଣ୍ଟାବାଞ୍ଜି SDPO

ସୂଚନା ଅନୁସାରେ, ଗତ 16 ତାରିଖ ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ସହର ସ୍ଥିତ ଅନ୍ନପୂର୍ଣ୍ଣା ଲଜରେ ଜୁଆ ଖେଳଚାଲିଥିବା ସୂଚନାରେ କଣ୍ଟାବାଞ୍ଜି ପୋଲିସ୍ ଚଢାଉ କରିଥିଲା । ଲଜରେ ଜୁଆ ଖେଳୁଥିବା 7 ଜଣଙ୍କ ସମେତ ସେମାନଙ୍କଠୁ ତାସ, ବେଡ ସିଟ, ମୋବାଇଲ ଫୋନ ଓ ନଗଦ 58 ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ । କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ଛାଡ଼ି ଦେଇଥିଲା ପୋଲିସ୍ । ତେବେ ଜବତ ଟଙ୍କାର ପ୍ରକୃତ ହିସାବ ଅଧିକ ଥିବାର ଅଭିଯୋଗ ଆସିବା ସହ କଣ୍ଟାବାଞ୍ଜି ପୋଲିସ୍ ସେଥିରେ ଅନିୟମିତତା କରିଥିବାର ଅଭିଯୋଗ ଆସିଥିଲା । ଜବତ ଟଙ୍କା 58 ଲକ୍ଷ ନୁହେଁ ବରଂ ତାଠାରୁ ଅଧିକ ବୋଲି ଚର୍ଚ୍ଚା ହୋଇଥିଲା । ପୋଲିସ୍ ଉପରେ ଲୋକଙ୍କ ସନ୍ଦେହ ମଧ୍ୟ ହୋଇଥିଲା । କଣ୍ଟାବାଞ୍ଜି ଲଜରୁ ଟଙ୍କା ଜବତ ଘଟଣା । ଅନିୟମିତତା ଅଭିଯୋଗ ପରେ ବଦଳିଲେ SDPO । ଅନିୟମିତତା ଅଭିଯୋଗ ପରେ କାର୍ଯ୍ୟାନିଷ୍ଠାନ ଗ୍ରହଣ କରିଲେ ଏସପି । ତଦନ୍ତ ଦାୟିତ୍ବରେ ଥିବା ଏସଡିପିଓଙ୍କୁ ବଦଳି କରିଥିଲେ ଏସପି ।

ଏହା ମଧ୍ୟ ପଢନ୍ତୁ: ଲଜରେ ଜୁଆଖେଳ: 58 ଲକ୍ଷ ଟଙ୍କା ଜବତ, ୭ ଜୁଆଡି ଗିରଫ

ଲଜରୁ ଟଙ୍କ ଜବତ ପରେ କଣ୍ଟାବାଞ୍ଜି ଏସଡିପିଓ ହୃଷୀକେଶ ମେହେର ସାମ୍ବାଦିକ ସମ୍ମିଳନୀରେ କହିଥିଲେ, "ଲଜରେ ଜୁଆ ଖେଳ ନେଇ ଆମେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଲୁ । ଖବର ପାଇ ପୋଲିସ ଟିମ ସେହି ଲଜରେ ଚଢାଉ କରିଥିଲା । ସେଠାରୁ ଜୁଆ ଖେଳ ସାମଗ୍ରୀଗୁଡିକ ଜବତ କରିବା ସହିତ ଜୁଆ ଖେଳରେ ଲିପ୍ତଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ୪ ମୁଠା ତାସ, ମୋବାଇଲ ଫୋନ, ବେଡସିଟ ଏବଂ ୫୮ ଲକ୍ଷରୁ ଅଧିକ ଟଙ୍କା ସେମାନଙ୍କଠାରୁ ଜବତ କରାଯାଇଛି । ଆମେ ୭ ଜଣକୁ ଗିରଫ କରିଛୁ । ଏସମ୍ପର୍କରେ ଥାନା ଏକ ମାମଲା ଦାୟର କରାଯାଇଛି । ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଅଧିକ ତଦନ୍ତ ଜାରି ରହିଛି । " ସେପଟେ ଅନ୍ନପୂର୍ଣ୍ଣା ଲଜ କତ୍ତୃପକ୍ଷ କେତେକ ଗଣମାଧ୍ୟମକୁ ଚାଞ୍ଚଲ୍ୟକର ବୟାନ ଦେଇଥିବା ଚର୍ଚ୍ଚ ହେଉଛି । ଲଜ କତ୍ତୃପକ୍ଷ କୁଆଡ଼େ କହିଛନ୍ତି ଦାଦନ କିଣିବାକୁ ଆସିଥିଲେ । ଦୁଇଟି ରୁମ ନେଇ ରହୁଥିଲେ । ଯଦି ଘଟଣା ସତ ତାହେଲେ ସାଙ୍ଘାତିକ ।

କଣ୍ଟାବାଞ୍ଜିରେ ଟଙ୍କା ଜବତ ଘଟଣାକୁ ନେଇ ନରସିଂହ ମିଶ୍ରଙ୍କ ମନ୍ତବ୍ୟ । ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଦାଦନ କିଣା ପ୍ରସଙ୍ଗ ଉଠାଇଛନ୍ତି । ମଣିଷ କିଣା ବନ୍ଦ ହେଉ ବୋଲି ନରସିଂହ କହିଛନ୍ତି । ଏସଡିପିଓଙ୍କ ବଦଳି ପ୍ରସଙ୍ଗକୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.