ଭୁବନେଶ୍ବର: ବିଧାନସଭାରେ ଜିଲ୍ଲା ଯୋଜନା କମିଟି ଗଠନ ଓ ବିଧାୟକ ପାଣ୍ଠି ବୃଦ୍ଧି ବାବଦରେ ପ୍ରଶ୍ନ କାଳରେ ପିପିଲ ବିଧାୟକ ପ୍ରଦୀପ ମହାରଥୀ ଦାବି ଉଠାଇଛନ୍ତି । ବିଧାୟକ ପାଣ୍ଠି ୫ କୋଟି କରିବାକୁ ପ୍ରଦୀପ ମହାରଥୀ ଦାବି କରିଛନ୍ତି । ଏ ନେଇ ଉତ୍ତର ରଖିଥିଲେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ।
ଜିଲ୍ଲା ଯୋଜନା କମିଟି ନିର୍ବାଚନ ସରିଛି । ଜିଲ୍ଲା ଯୋଜନା କମିଟି ଖୁବଶୀଘ୍ର ଗଠନ କରାଯାଇ ଦାୟିତ୍ବ ବଣ୍ଟନ କରାଯିବ ବୋଲି ସୂଚନା ଦେଲେ ମନ୍ତ୍ରୀ । ବିଧାୟକ ପାଣ୍ଠି ବଢାଇବାକୁ ଦାବି ନେଇ ବିଚାର ହେଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ