ETV Bharat / city

ମିଶନ 120କୁ ପୁଣି ଥରେ କାର୍ଯ୍ୟକାରୀ କରାଯିବ: ପୃଥ୍ୱୀରାଜ ହରିଚନ୍ଦନ - ମିଶନ 120 କୁ ପୁଣି ଥରେ କାର୍ଯ୍ୟକାରୀ କରାଯିବ

ଆସନ୍ତା 2024 ରେ ରାଜ୍ୟରେ ବିଜେପି ସରକାର କରିବ । ସେନେଇ ଏକ ସ୍ପଷ୍ଟ ଚିତ୍ର ଦେଇଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆଜି ଏହା କହିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ

ପୃଥ୍ବୀରାଜ ହରିଚନ୍ଦନ
ପୃଥ୍ବୀରାଜ ହରିଚନ୍ଦନ
author img

By

Published : Aug 9, 2022, 10:32 PM IST

ଭୁବନେଶ୍ବର: ଆସନ୍ତା 2024 ରେ ରାଜ୍ୟରେ ବିଜେପି ସରକାର କରିବ । ସେନେଇ ଏକ ସ୍ପଷ୍ଟ ଚିତ୍ର ଦେଇଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆଜି ଏହା କହିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।

ପୃଥ୍ବୀରାଜ କହିଛନ୍ତି, କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିପାଇଁ କେନ୍ଦ୍ରୀୟ ନେତାଙ୍କ ମାର୍ଗଦର୍ଶନ, ସହଯୋଗ ଏବଂ ଉପସ୍ଥିତି ମିଳିବ ବୋଲି ଆଶ୍ୱାସନା ଦେଇଛନ୍ତି । ମିଶନ 120 କୁ ପୁଣି ଥରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି । ବୁଥକୁ ସଶକ୍ତ କରିବା , ବୁଥର ପୁନର୍ବିନ୍ୟାସ ଏବଂ ତୃଣମୂଳ ସ୍ତରରେ ଦଳକୁ ସଂଗଠିତ କରିବା ପାଇଁ କହିଛନ୍ତି । ଏହାସହ ମୋଦି ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅମିତ ଶାହଙ୍କ ଠାରୁ ଦଳର ନେତା ଏସବୁ ଶୁଣିବା ପରେ ଆହୁରି ସକ୍ରିୟ ଏବଂ ଦକ୍ଷତାର କାର୍ଯ୍ୟ କରିବେ ।

ବିଜେପି ଏବଂ ବିଜେଡି ମଧ୍ୟରେ ବୁଝାମଣା ପ୍ରସଙ୍ଗରେ ସେ ପୃଥ୍ବୀରାଜ କହିଛନ୍ତି ବିକାଶ ଏବଂ ଗଣତନ୍ତ୍ରିକ ପ୍ରକ୍ରିୟାରେ ରାଜ୍ୟ ଏବଂ କେନ୍ଦ୍ର ଭିତରେ ଶାସନ କରୁଥିବା ଦୁଇଟା ଦଳ ମଧ୍ୟରେ ଯେତେ ମତ ପାର୍ଥକ୍ୟ ଥିଲେ ମଧ୍ୟ ବାସ୍ତବ ଚିତ୍ରରେ ସାଧାରଣ ସୌହାର୍ଦ୍ଦ ନିଶ୍ଚୟ ରହିବ । ତେଣୁ ସେଥିରେ ବୈଚିତ୍ର୍ୟ କିଛି ନାହିଁ । ସେଥିପାଇଁ ରାଜ୍ୟକୁ ତଳିତଳାନ୍ତ କରି, ସାଧାରଣ ଲୋକଙ୍କ ସ୍ୱାର୍ଥକୁ ହାନୀ କଲେ ତାକୁ ବରଦାସ୍ତ କରାଯିବନି । କେନ୍ଦ୍ର ନେତୃତ୍ୱ ଏବଂ ରାଜ୍ୟ ବିଜେପିର ସ୍ପଷ୍ଟ ଆଭିମୁଖ୍ୟ ଓଡିଶା ବା ଓଡିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯିବ ନାହିଁ । କୌଣସି ବୁଝାମଣା ହେବ ନାହିଁ । ଭାରତୀୟ ଜନତା ପାର୍ଟି ଏହି ଲଢେଇକୁ ନିର୍ଣ୍ଣାୟକ ଲଢେଇ ଭାବି ଲଢିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.