ETV Bharat / city

ନିଖୋଜ ପିହୁ: ନ୍ୟାୟ ପାଇଁ ମନ୍ତ୍ରୀଙ୍କ ବାସଭବନ ଆଗରେ ପରିବାରର ଧାରଣା - ନିଖୋଜ ଶିଶୁ ପିହୁ

ନିଖୋଜ ଶିଶୁ ପିହୁକୁ ନ୍ୟାୟ ନମିଳିବାରୁ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଲେ ପରିବାର ଲୋକ। ଅଧିକ ପଢନ୍ତୁ...

ନିଖୋଜ ପିହୁ: ନ୍ୟାୟ ପାଇଁ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ପରିବାର

author img

By

Published : Jan 29, 2021, 12:25 PM IST

ଭୁବନେଶ୍ବର: ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା ଦୁଇ ବର୍ଷର ଶିଶୁ ପିହୁ ନିଖୋଜ ଘଟଣା। ଏହା ଭିତରେ ବିତିଗଲାଣି 6 ମାସ ହେଲେ ତଦନ୍ତ ଶୂନ। ସରକାରଙ୍କ ଶିଶୁ ଖୋଜା ଅଭିଯାନରେ ନିଖୋଜ ଥବା 64 ଶିଶୁ ଘର ବାହୁଡି ଥିବା ବେଳେ ପିହୁ କିନ୍ତୁ ଫେରିନି। ଝିଅକୁ ଫେରି ପାଇବା ସହ ଘଟଣାରେ ନ୍ୟାୟ ପାଇଁ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଲେ ପରିବାର ଲୋକ।

ସୂଚନା ଥାଉକି, ଯାଜପୁର ଜିଲ୍ଲା ମଧୁସୂଦନ ପୁର ଗାଁ ଦୁଇ ବର୍ଷର ଶିଶୁ ପିହୁ ନିଖୋଜ ହେବାକୁ ପ୍ରାୟ ୬ ମାସ ବିତିଗଲାଣି। ହେଲେ ନ୍ୟାୟ ନମିଳିବାରୁ ପରିବାର ଲୋକ ନିରାଶ ହୋଇ ମନ୍ତ୍ରୀଙ୍କ ବାସଭବନ ଆଗରେ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି।

ନିଖୋଜ ପିହୁ: ନ୍ୟାୟ ପାଇଁ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ପରିବାର

ଅଗଷ୍ଟ ୯ ରେ ପିହୁ ନଖୋଜ ନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ। ମାସେ ତଳେ ତଦନ୍ତରେ ଶିଥିଳତା ଅନୁଭବ କରି ମାମଲାରେ ତଦନ୍ତ ଅଧିକାରୀ ବଦଳାଇ ଥିଲେ ଜିଲ୍ଲା ଏସପି। ଖୋଦ ବିଂଝାରପୁର ଥାନା ଅଧିକାରୀ ନେଇଥିଲେ ତଦନ୍ତ ଦାଇତ୍ବ । ହେଲେ ଘଟଣାକୁ ୬ ମାସ ବିତିଯାଇଥିଲେ ବି ତଦନ୍ତର ଅଗ୍ରଗତି ନହେବାରୁ ଶୁକ୍ରବାର ମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ପିହୁର ପରିବାର।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.