ETV Bharat / city

ରାଜଧାନୀରେ ମାତିଲେ ଲୁଟେରା, ଯୁବକଙ୍କୁ ହାଣି ଝାମ୍ପିଲେ ସୁନା ଚେନ୍ - ରାଜଧାନୀରେ ଲୁଟେରା ଗ୍ୟାଙ୍ଗ ଆତଙ୍କ

ରାଜଧାନୀରେ ପୁଣି ମାତିଲେ ଲୁଟେରା । ବାଇକରେ ଆସି ଯୁବକଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିବା ସହ ସୁନା ଚେନ ଝାମ୍ପି ନେଲେ ଲୁଟେରା ଗ୍ୟାଙ୍ଗ । ଅଧିକ ପଢନ୍ତୁ

ରାଜଧାନୀରେ ଆଭେଞ୍ଜର ଗ୍ୟାଙ୍ଗ ଆତଙ୍କ, ଯୁବକଙ୍କୁ ହାଣିଲେ ଝାମ୍ପିଲେ ସୁନା ଚେନ୍

author img

By

Published : May 5, 2022, 8:58 AM IST

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ବାଇକରେ ଆସି ସୁନା ଚେନ ଝାମ୍ପିବା ସହ ଟଙ୍କା ନେଇଗଲେ ଦୁର୍ବୃତ୍ତ । ଶିଶୁ ଭବନ ଛକ ନିକଟ ଜିନ୍ଦଲ ଅଫିସ କଡରେ ଆତଙ୍କ ଖେଳାଇ ପୁଣି ରାଜଧାନୀରେ ନିଜ ଦବଦବା ଜାହିର କରିଛନ୍ତି ଲୁଟେରା ଗ୍ୟାଙ୍ଗ। ବାଇକ ଯୋଗେ ଘରକୁ ଆସୁଥିବା ବେଳେ ସେହି ଅଞ୍ଚଳର ରାଜା ନାୟକଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ରାଜା ନାୟକ ନାମକ ଯୁବକ ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ହଠାତ ଦୁଇ ଦୁର୍ବୃତ୍ତ ଏକ ଆଭେଞ୍ଜର ବାଇକରେ ଆସି ତାଙ୍କୁ ଅଟକାଇ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହାପରେ ରାଜା ପିନ୍ଧିଥିବା ସୁନା ଚେନ ଝାମ୍ପିବା ସହ ୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଧରି ଚମ୍ପଟ ମାରିଥିଲେ ଲୁଟେରା । ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିବା ପରେ ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ ଅଭିଯୋଗକାରୀ ।

ଏହା ମଧ୍ୟ ପଢନ୍ତୁ:-ସୁନା ଦୋକାନୀଙ୍କୁ ଲୁଟ ଓ ଗୁଳି, ସାମ୍ନାକୁ ଆସିଲା CCTV ଭିଡିଓ

ଗତ ମଙ୍ଗଳବାର ସିଆରପି ଛକରୁ ମଧ୍ୟ ବେଲଗୁଣ୍ଠାରୁ ଆସୁଥିବା ଦିପକ ରାଉଳ ନାମକ ଜଣେ ଯୁବକ ବସରୁ ଓହ୍ଲାଇବା ବେଳେ ତାଙ୍କୁ ଛୁରାମାଡ କରି ମୋବାଇଲ ଓ ପର୍ସ ନେଇ ଚମ୍ପଟ ମାରିଥିଲେ ଲୁଟେରା ଗ୍ୟାଙ୍ଗ । ତେବେ ରାଜଧାନୀରେ ଦିନକୁ ଦିନ ଲୁଟପାଟ ଘଟଣା ବଢୁଥିବା ବେଳେ ଏହା ଉପରେ କିପରି ରୋକ ଲାଗିବ ସେନେଇ ନୂତନ ଭାବେ ଯୋଗଦେଇଥିବା ଡିସିପି ପ୍ରତୀକ ସିଂଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି । ଲୁଟେରା ଗ୍ୟାଙ୍ଗକୁ ନେଇ କଣ ପଦକ୍ଷପ ନିଆଯାଉଛି ତା ଉପରେ ଏବେ ସମସ୍ତଙ୍କ ନଜର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.