ETV Bharat / city

ରାଜଧାନୀରେ ମାତିଲେ ଲୁଟେରା, ଗୁଳିମାଡ଼ କରି ଦୋକାନରୁ ଲୁଟିନେଲେ ସୁନା ଗହଣା

author img

By

Published : May 3, 2022, 5:16 PM IST

ରାଜଧାନୀରେ ମାତିଲେ ବନ୍ଧୁକଧାରି ଲୁଟେରା । ଗହଣା ଦୋକାନୀକୁ ଗୁଳିମାଡ କରି ଗହଣା ଲୁଟି ନେଲେ ଦୁର୍ବୃତ୍ତ । ଦୋକାନୀ ଓ ମ୍ୟାନେଜର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

miscreants loot gold ornaments from bhubaneswar
ରାଜଧାନୀରେ ମାତିଲେ ଲୁଟେରା, ଗୁଳିମାଡ଼ କରି ଦୋକାନରୁ ଲୁଟିନେଲେ ସୁନା ଗହଣା

ଭୁବନେଶ୍ବର: ରାଜଧାନୀରେ ମାତିଲେ ବନ୍ଧୁକଧାରି ଲୁଟେରା । ଗହଣା ଦୋକାନୀକୁ ଗୁଳିମାଡ କରି ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଦୋକାନୀ ଓ ମ୍ୟାନେଜରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରର ସାମନ୍ତରାପୁର ଅଞ୍ଚଳରେ ଗତକାଲି (ସୋମବାର) ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଦେବୀଦୁର୍ଗା ଗହଣା ଦୋକାନର ମାଲିକ ପ୍ରଶାନ୍ତ ସାହୁ ଓ ମାନେଜର ରାଜେନ୍ଦ୍ର ସାହୁ ଦୋକା‌ନ ବନ୍ଦ କରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଗୁଳିମାଡ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ କରିଥିଲେ । ଘଟଣାସ୍ଥଳରୁ ସୋମାନେ ଚମ୍ପଟ ମାରିଥିଲେ । ଉଭୟଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଲିଙ୍ଗରାଜ ଥାନା‌ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

ଗତ କିଛିଦିନ ହେବ ଆତଙ୍କ ମଚାଉଛନ୍ତି ଲୁଟେରା । ଉଲ୍ଲେଖନୀୟ, ଗତ ୨୪ ଏପ୍ରିଲ ତମାଣ୍ଡୋ ଥାନା ଜାଆଳା ବଜାରରେ ଥିବା ସ୍ବାତୀ ଜୁଏଲାରୀରୁ ମଧ୍ୟ ଲୁଟ ହୋଇଥିଲା । ଗହଣା ଦୋକାନୀ ଭଗବାନ ସୁବୁଦ୍ଧି ଓ ତାଙ୍କ ପୁଅ ଲୋକନାଥ ସୁବୁଦ୍ଧି ବାଇକରେ ଯିବା ବେଳେ ବାଟରେ 4ଜଣ ଦୁର୍ବୃତ୍ତ ଅଟକାଇ ଗୁଳିଚାଳନା କରି ଲୁଟ କରିଥିଲେ । ସେହିପରି ୨୨ଏପ୍ରିଲରେ ସମାନ ଢଙ୍ଗରେ ଦୁର୍ବୃତ୍ତମାନେ ମୁଣ୍ଡରେ ବନ୍ଧୁକ ଲଗାଇ ଖଣ୍ଡଗିରି ଥାନା ସୋଭାଗ୍ୟନଗର ନିକଟରେ ଲକ୍ଷ୍ମୀ ନାରାୟଣ ଜୁଏଲାରୀ ଦୋକାନ ମାଲିକ ଓମ ପ୍ରକାଶ ସାହୁଙ୍କ ଠାରୁ ୧୦୦ଗ୍ରାମର ଗହଣା ନେଇ ଚମ୍ପଟ ମାରିଥିଲେ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.