ETV Bharat / city

Market Building Attack: ୭ ଦିନ ପରେ ବି ଧରାପଡୁନି ଆକ୍ରମଣକାରୀ

author img

By

Published : Jan 2, 2022, 8:21 AM IST

ଦାଦାବଟିକୁ କେନ୍ଦ୍ରକରି ମାର୍କେଟ ବିଲ୍ଡିଂ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ଅଭିଯୁକ୍ତର ଟେର୍ ପାଉନି ପୋଲିସ । ଭୟରେ ବ୍ୟବସାୟୀ । ଅଧିକ ପଢନ୍ତୁ

Attack at Market Building: ୭ ଦିନ ପରେ ବି ଧରାପଡୁନି ଆକ୍ରମଣକାରୀ

ଭୁବନେଶ୍ବର: ଦାଦାବଟିକୁ କେନ୍ଦ୍ରକରି ମାର୍କେଟ ବିଲ୍ଡିଂ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ୭ ଦିନ ପରେ ବି ପୋଲିସର ହାତ ଖାଲି । ଆକ୍ରମଣକାରୀର ଟେର୍ ପାଉନି ପୋଲିସ । ସେପଟେ ଅଭିଯୁକ୍ତ ବାହାରେ ବୁଲୁଥିବା ଯୋଗୁଁ ଭୟଭୀତ ରହିଛନ୍ତି ଆକ୍ରମଣର ଶିକାର ବ୍ୟବସାୟୀ ବିକାଶ ଶାହା । ବିକାଶ ବ୍ୟବସାୟ କରିବାକୁ ମାର୍କେଟ ଯିବାକୁ ସାହସ କରି ପାରୁନଥିବା ବେଳେ ଘରୁ ମଧ୍ୟ ବାହାରିବାକୁ ଭୟ କରୁଛନ୍ତି ।

ଏପରିକି ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ବିକାଶଙ୍କୁ ଧମକପୂର୍ଣ୍ଣ କଲ୍ କରୁଛି ଏବଂ ଥାନାରେ ଅଭିଯୋଗ ନ କରିବାକୁ ମଧ୍ୟ ଡରାଉଛି । ଏହାସତ୍ତ୍ବେ ବି ପୋଲିସ ଆକ୍ରମଣକାରୀକୁ ଗିରଫ କରିବାରେ ବିଫଳ ହେଉଛି । ଅଭିଯୁକ୍ତ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ବୁଲାବୁଲି କରି ବାରମ୍ବାର ଧମକ ଦେଉଥିବାବେଳେ କେବଳ ଅଭିଯୋଗକାରୀଙ୍କୁ ଲମ୍ବା ଦଫା ଲଗାଇଥିବା FIR କପି ଧରାଇ ଚୁପ୍ ବସିଛି ପୋଲିସ । ସେପଟେ ଏନେଇ ଡିସିପି କହିଛନ୍ତି, ପଡୋଶୀ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଏଭଳି ଘଟଣା ଘଟିଛି ଏବଂ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବାକୁ ଚେଷ୍ଟା କରାଯାଉଛି ।

ତେବେ ଅଭିଯୁକ୍ତକୁ ଧରିବାରେ ବିଳମ୍ବ ଯୋଗୁଁ ୨୦୨୦ ଜାନୁୟାରୀ ୧୦ରେ ମାର୍କେଟିଂ ବିଲ୍ଡିଂ ଘଟିଥିବା ହିଂସାକାଣ୍ଡ ଭଳି ସ୍ଥିତି ଯେପରି ନ ଉପୁଜେ ଏବଂ ବାରମ୍ବାର ଧମକ ଦେଉଥିବା ଅଭିଯୁକ୍ତ ସେଦିନ ପରି ଯେପରି ଆତଙ୍କ ନ ଖେଳାନ୍ତି ସେନେଇ ଆଶଙ୍କା କରିଛନ୍ତି ବ୍ୟବସାୟୀ ।

ଉଲ୍ଲେଖଯୋଗ୍ୟ, ଗତ ୨୩ ତାରିଖ ରାତିରେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ବିକାଶ ଶାହାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଜଣେ ଦୁର୍ବୃତ୍ତ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ଏନେଇ ବିଦ୍ୟାପତି ନାମକ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ଆକ୍ରମଣର ଶିକାର ବ୍ୟବସାୟୀ । ଅଭିଯୋଗ ଆଧାରରେ ଆକ୍ରମଣକାରୀ ବିରୁଦ୍ଧରେ ୩୦୭ ଦଫା ଲାଗିଥିଲେ ସୁଦ୍ଧା ଏ ଯାଏଁ ଅଭିଯୁକ୍ତର ଟେର୍ ପାଉନି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.